www.samajalive.in
Thursday, December 11, 2025
16.1 C
Bhubaneswar

ଅନଲାଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ବ୍ୟବହାର କର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପରୀକ୍ଷା ଜୀବନର ଏକ ଅଙ୍ଗ ପାଲଟି ସାରିଲାଣି। ସମୟ ବଦଳିବା ସହ ମାଧ୍ୟମ ମଧ୍ୟ ବଦଳୁଛି। ଅନଲାଇନ ଓ ଅଫଲାଇନ ବଦଳରେ କିଛି ସମୟ ‘ଇନରଲାଇନ୍’ ହେବା ଜରୁରୀ। ଅନଲାଇନରୁ ଜ୍ଞାନ ଆହରଣ କରି ତାହା ଅଫଲାଇନରେ ବ୍ୟବହାର କରିବା ଉଚିତ। ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଜୀବନର ଏକ ଅଂଶ ବୋଲି ଭାବନ୍ତୁ। ଭଲ କରିବାର ବିଶ୍ୱାସ ରହିଲେ, ପରୀକ୍ଷା ଅଧିକ ସହଜ ହୋଇଯାଏ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜୀବନରେ ଆଗକୁ ବଢିବାକୁ ହେଲେ ଖେଳିବାର ଆବଶ୍ୟକତା। ନଖେଳିଲେ ନିଜର ଅନ୍ତର୍ନିହିତ ପ୍ରତିଭା ବାହାରକୁ ଆସିବ ନାହିଁ। ସେହିପରି ପରୀକ୍ଷାକୁ ପର୍ବ ବୋଲି ଭାବିଲେ ଏହାର ମଜା ନେଇପାରିବା। ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ। ଚାପମୁକ୍ତ ହୋଇ ପରୀକ୍ଷା ଦେବା ଉଚିତ। ଅଧିକ ଭାବିଲେ ମନରେ ଅଧିକ ଚାପ ବଢିବ। ପରୀକ୍ଷା ଦେଲା ବେଳେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

 

- Advertisement -

ଜାତୀୟ ଶିକ୍ଷାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷାନୀତିକୁ ସରକାର ନୁହଁନ୍ତି, ଶିକ୍ଷକ, ଅବିଭାବକ ଓ ଛାତ୍ରଛାତ୍ରୀ ବନେଇଛନ୍ତି। ଅନେକ ଚର୍ଚ୍ଚା ଓ ପରୀକ୍ଷାନିରୀକ୍ଷା ପରେ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି। ଶିକ୍ଷାନୀତିରେ ଖେଳକୁଦକୁ ସାମିଲ କରାଯାଇଛି` ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ ଏବଂ ଭାରତକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବ ବୋଲି ପ୍ରଧାମନ୍ତ୍ରୀ ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀଠାରେ ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ସହ ଆଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଦେଶକୁ ସମୟ ସହ ତାଳ ଦେଇ ପରିବର୍ତ୍ତନ ହେବାକୁ ପଡ଼ିବ। ବିଂଶ ଶତାବ୍ଦୀର ପୁରୁଣାକାଳିଆ ଚିନ୍ତାଧାରା ଏକବିଂଶ ଶତାବ୍ଦୀରେ ଭାରତକୁ ବିକାଶ ଆଡ଼କୁ ଅଗ୍ରସର କରାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା କେବେ ମଧ୍ୟ ଏକ ଅଭିଶାପ ନୁହେଁ। ଏହାକୁ ସ୍ୱାଗତ କରିବା ଉଚିତ ଏବଂ ପ୍ରଭାବି ଢ଼ଙ୍ଗରେ ବ୍ୟବହାର କରିବା ଉଚିତ। ସେ କହିଛନ୍ତି ପରୀକ୍ଷା ପୂର୍ବରୁ ଚାପରେ ରହିବା ପିଲାମାନଙ୍କ ମଧ୍ୟରେ ଅତି ସାଧାରଣ ହୋଇଥାଏ। ତେଣୁ ଛାତ୍ରଛାତ୍ରୀମାନେ ମନେରଖିବା ଉଚିତ ଯେ ସେମାନେ ପରୀକ୍ଷା ପାଇଁ ଉପଯୁକ୍ତ ଭାବେ ପ୍ରସ୍ତୁତ ଅଛନ୍ତି କାରଣ ସେମାନେ ପୂର୍ବରୁ ଏଭଳି ଅନେକ ପରୀକ୍ଷା ଅତିକ୍ରମ କରିସାରିଛନ୍ତି। ପିତାମାତା ଓ ଶିକ୍ଷକଙ୍କ ଅପୂରଣୀୟ ସ୍ୱପ୍ନ ପିଲାମାନଙ୍କ ଉପରେ ଲଦିଦିଆଯିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରୀକ୍ଷା ହେଉଛି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଂଗ ଏବଂ ଏହା ବିକାଶ ପଥରେ ଅନ୍ୟ ଏକ ମାଇଲ୍‍ ଖୁଣ୍ଟ। ସେ କହିଛନ୍ତି ଭଗବାନ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିକୁ ଅନେକ ଦକ୍ଷତାରୁ ବଞ୍ଚିତ କରିଥାନ୍ତି, କିନ୍ତୁ ସେ ନିଜର ସବୁ ଦୁର୍ବଳତାକୁ ଶକ୍ତିରେ ପରିଣତ କରିପାରିଥାଏ। ନିଜ ମଧ୍ୟରେ କ’ଣ ସବୁ ଦୁର୍ବଳତା ଲୁଚି ରହିଛି, ତାହା ଚିହ୍ନଟ କରି ସେସବୁକୁ ଶକ୍ତିରେ ପରିଣତ କରିବା ଓ ବିକାଶ ପଥରେ ଅଗ୍ରସର ହେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories