www.samajalive.in
Monday, December 15, 2025
14.1 C
Bhubaneswar

ପରୀ ଅପହରଣ ଓ ମୃତ୍ୟୁ ପ୍ରସଙ୍ଗ: ମନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ପରୀ ଅପହରଣ ଓ ହତ୍ୟା ଘଟଣାରେ ନିଜର ସହଯୋଗୀକୁ ସୁରକ୍ଷା ଦେଇ ହରଡଘଣାରେ ପଡିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବେ ଖସିଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।

ପ୍ରକାଶଥାଉକି ଗତ ଜୁଲାଇ ମାସ ୧୪ ତାରିଖ ଦିନ ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ନାବାଳିକା କନ୍ୟା ପରୀର ଅପହରଣ ସଂପର୍କରେ ପରିବାର ପକ୍ଷରୁ ନୟାଗଡ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଠିକ୍‍ ୭ ଦିନ ପରେ ସେହି ଗାଁର ତାଙ୍କ ଘର ନିକଟରେ ଥିବା ଏକ ପୋଖରୀରୁ ଅଖାରେ ବନ୍ଧା ହୋଇଥିବା ନାବାଳିକା କନ୍ୟା ପରୀର ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣା ଘଟିକା ଆଜକୁ ପ୍ରାୟ ୫ ମାସ ବିତିଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ପ୍ରତିବାଦ ଏବଂ ସବୁ ଫୋରମ୍‍ର ନିର୍ଦ୍ଦେଶକୁ ପୋଲିସ ବେଖାତିର କରିବା ପରେ ଶେଷରେ କୌଣସି ଉପାୟ ନପାଇ ପରୀର ପିତାମାତା ଗୃହ ଚାଲୁଥିବା ସମୟରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। କିନ୍ତୁ ପ୍ରଶ୍ନ ଉଠୁଛି ପରିବାର ପକ୍ଷ ପୁଲିସ ନିକଟରେ ଅଭିଯୋଗ କରିବା ପରେ ନୟାଗଡ ପୋଲିସ କି ପଦକ୍ଷେପ ନେଇଛି? ଯଦି ନେଇ ନାହିଁ ତା’ହେଲେ କାହା ଚାପରେ ନେଇନାହିଁ? ଆତ୍ମାହୁତି ଉଦ୍ୟମ ସମୟରେ ପରୀର ପିତାମାତା ଯେଉଁ ବୟାନ ଦେଇଛନ୍ତି, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ହସ୍ତକ୍ଷେପ ଯୋଗୁଁ ପୋଲିସ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ଗିରଫ କରୁନାହିଁ। ଏଥିରୁ ଖସିବା ପାଇଁ କୌଣସି ଉପାୟ ନପାଇ ବାଚସ୍ପତିଙ୍କ ରୁଲିଂ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବୟାନ ରଖି ଘଟଣାର କ୍ରାଇମ୍‍ବ୍ରାଂଚ ତଦନ୍ତ ସଂପକରେ ସୂଚନା ଦେଇଥିଲେ ଏବଂ ଠିକ୍‍ ପରଦିନ ସ୍ଥାନୀୟ ବିଧାୟକ ଗୃହରେ ବିବୃତି ରଖିବା ସହିତ ବାଧ୍ୟ ହୋଇ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖି କହିଥିଲେ ‘ମୁଁ ଅହିଂସାରେ ବିଶ୍ୱାସ କରେ ଏବଂ ଏହି ଘଟଣାରେ ଦୋଷୀ ଦଣ୍ଡ ପାଇବା ନିହାତି ଆବଶ୍ୟକ, ସେ ଯେ କେହି ହେଉନା କାହିଁକି’। କିନ୍ତୁ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ଦୋଷୀକୁ ଧରିବାରେ ପୋଲିସ ବିଫଳ ହୋଇଛି ତାହା କହିଲେ ନାହିଁ କି ସ୍ଥାନୀୟ ବିଧାୟକ ହିସାବରେ ସେ କେତେଥର ପରୀ ପରିବାରକୁ ଭେଟିଛନ୍ତି ଏବଂ ଏ ଘଟଣାରେ କେତେଥର ନୟାଗଡ ଏସ୍‍.ପି. ଓ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସେ କଥା କହିଲେ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ସ୍ଥାନୀୟ ବିଧାୟକ ପୋଲିସ ଉପରେ ଚାପ ପକାଇ ଅପରାଧିକୁ ଘଂଟ ଘୋଡାଇବାକୁ ଚେଷ୍ଟା କରିଛନ୍ତି। କର୍ତବ୍ୟରେ ଅବହେଳା କରିଥିବା ନୟାଗଡ ଏସ୍‍.ପି. ଏବଂ ସଦର ଆଇ.ଆଇ.ସି.ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଚାପମୁକ୍ତ ତଦନ୍ତ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ୍‍ ଦାସ, ଜିନେଶ ଦାସ, ହୁସେନ୍‍ ଖାଁ ଓ କମଳ ଚରଣ ସାହୁ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories