www.samajalive.in
Saturday, December 13, 2025
15.1 C
Bhubaneswar

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର: ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ସମ୍ମିଳନୀ -୨୦୨୦ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଛି | ଜେଏସପିଏଲ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ‘ଆଶା- ଦ ହୋପ’ ପ୍ରକଳ୍ପ ପାଇଁ ଜେଏସପିଏଲ କୁ ମୋଷ୍ଟ ଇନୋଭେଟିଭ୍ ପ୍ରୋଜେକ୍ଟ ଅଫ୍ ଦି ଇୟର ବର୍ଗରେ ପୁରସ୍କୃତ କରାଯାଇଛି | ବ୍ରାଣ୍ଡ ଇଣ୍ଡିଆ ଦ୍ୱାରା ଅନଲାଇନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜେଏସପିଏଲର ସଭାପତି ତଥା ଗୃପ ହେଡ଼ (ସିଏସଆର, ଏଜୁକେସନ ଏବଂ ସଷ୍ଟେନେବିଲିଟି)  ପ୍ରଶାନ୍ତ କୁମାର ହୋତା ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା  ଶଲୁ ଜିନ୍ଦଲ ଜେଏସପିଏଲର ସିଏସଆର ଟିମକୁ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ, “ଭିନ୍ନକ୍ଷମମାନଙ୍କୁ ସଶକ୍ତିକରଣ କରିବା ପାଇଁ ଆଶା- ଦ ହୋପ ଏକ ଅନନ୍ୟ ପ୍ରଚେଷ୍ଠା। ବିଭିନ୍ନ ଥେରାପି  ତଥା ପୁନ ଥଇଥାନ ସେବା ଯୋଗାଇ  ଛତିଶଗଡ, ଓଡିଶା ଏବଂ ଝାରଖଣ୍ଡ ରେ ଥିବା ଆଶା- ଦ ହୋପ କେନ୍ଦ୍ରଗୁଡିକ ସଫଳତାର ସହ ୪୯୦୦ରୁ ଅଧିକ ଭିନ୍ନକ୍ଷମ ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସାହାଯ୍ୟ କରୁଛି ।”
ଆଶା- ଦ ହୋପ କେନ୍ଦ୍ରଗୁଡିକ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଭିନ୍ନକ୍ଷମ ପିଲାମାନଙ୍କର ପୁନ:ଥଇଥାନ ଏବଂ ସଶକ୍ତିକରଣ ପାଇଁ ଫିଜିଓଥେରାପି, ଅକୂପେସନାଲ ଥେରାପି, ସେନ୍ସୋରୀ ଇଣ୍ଟିଗ୍ରେସନ୍ ଥେରାପି, ସ୍ପିଚ ଥେରାପି, ଅଡିଓମେଟ୍ରି ଆଦି ବିଭିନ୍ନ ସେବା ପ୍ରଦାନ କରିଥାଏ | ଏହା ସହିତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତିମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ, ସହାୟକ ଏବଂ ଆଡାପ୍ଟିଭ୍ ଡିଭାଇସ୍ ଓ ମୋବିଲିଟି ଡିଭାଇସ୍ ଯୋଗାଇବାରେ ଏହି କେନ୍ଦ୍ରଗୁଡିକ ମଧ୍ୟ ସହାୟତା କରିଥାଏ |  କୋଭିଡ – ୧୯ ପାଇଁ ଦେଶବ୍ୟାପୀ ଲକଡାଉନ ସମୟରେ ମଧ୍ୟ ଆଶା- ଦ ହୋପ କେନ୍ଦ୍ରଗୁଡିକ ଅନଲାଇନ ମାଧ୍ୟମରେ ତାର ସେବା ଅବ୍ୟାହତ ରଖିଥିଲା |

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories