www.samajalive.in
Monday, December 8, 2025
14.1 C
Bhubaneswar

ଲୁଟେରାଙ୍କ ଆତଙ୍କରାଜ୍: ଯୁବକଙ୍କୁ ହାଣି ଛଡାଇନେଲେ ବାଇକ୍

ପାରାଦ୍ଵୀପ : ବିଳମ୍ବିତ ରାତ୍ରିରେ ବୁଲୁଛନ୍ତି ଲୁଟେରା, ଖଣ୍ଡାରେ ହାଣି ଲୁଟି ନେଲେ ମୋଟରସାଇକେଲ। ଶନିବାର ବିଳମ୍ବିତ ରାତିରେ ପାରାଦ୍ଵୀପ ଲକ୍ ଥାନା ଅଧିନ ବିଶ୍ବାଳି ଗଡା ନିକଟରେ ଏଭଳି ଘଟଣା  ଘଟିଛି । ପାରାଦ୍ଵୀପର ଏକ କମ୍ପାନୀରେ କାମ ସାରି ଘରକୁ ନିଜ ବାଇକରେ ଫେରୁଥିବା ତପନ କୁମାର ସ୍ବାଇଁ ଙ୍କୁ ଦୁଇଜଣ ଯୁବକ ଅଟକାଇବା ସହିତ ଖଣ୍ଡାରେ ହାଣି ଗାଡିକୁ ନେଇଯାଇଛନ୍ତି। ଘଟଣାଟି ରାତି ପ୍ରାୟ ୧୧ଟା ୨୫ମିନିଟରେ ଘଟିଥିବା ସୂଚନା ମିଳିଛି। ଲୁଟ ଓ ଆକ୍ରମଣର ଦୃଶ୍ୟ ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ କୟଦ ହୋଇଛି । ସେଠାରେ ଥିବା ଏକ ପୋଲ ନିକଟରେ ଦୁଇଜଣ ଯୁବକ ବାଇକକୁ ଅଟକାଇ ତାଙ୍କୁ ଖଣ୍ଡା ଦେଖାଇ ଡରାଉଛନ୍ତି । ଏବଂ ଖଣ୍ଡାରେ ତାଙ୍କର ହାତକୁ ହାଣୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପରେ ଯୁବକ ଦୁଇ ଜଣ ବାଇକକୁ ନେଇ ପଳାଇଛନ୍ତି। ଏହି ଘଟଣାରେ ତପନଙ୍କ ହାତରେ କ୍ଷତ ହୋଇଥିବା ବେଳେ ସେ ଲକ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇ ଲକ୍ ଥାନା ପୁଲିସ୍ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତମାନେ ବାଇକ ନେଇ କୁଜଙ୍ଗ ଆଡକୁ ପଳାଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ରାସ୍ତାରେ ପୁଲିସ ପ୍ରହରା କଡାକଡି କରିବାକୁ ସ୍ଥାନୀୟ ଲୋକେ ଓ ବାଇକ ଚୋରି ହୋଇଥିବା ଯୁବକଙ୍କ ସମ୍ପର୍କୀୟ ଅର୍ଜୁନ ସ୍ୱାଇଁ ଦାବି କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories