www.samajalive.in
Monday, December 15, 2025
17.1 C
Bhubaneswar

ଶତକ ପରେ ଓଲଟା ଶୂନ୍ୟ ମାରି ଡେଇଁଲେ ପନ୍ତ, ଲିଡ୍ସ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ

ସମାଜ ଡିଜିଟାଲ ଡେସ୍କ: ଲିଡ୍ସରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନ ଖେଳ ଜାରି ରହିଥିବାବେଳେ ଭ୍ରମଣକାରୀ ଦଳ ୫ ଉଇକେଟ ହରାଇ ୪୪୯ ରନ ସଂଗ୍ରହ କରିଛି। ୧୦୫ ଓଭରରେ ଦଳ ଏହି ରନ୍‌ ସଂଗ୍ରହ କରିଥିବାବେଳେ ରୁଷଭ ପନ୍ତ ଶତକ( ହାସଲ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ଆଗେଇ ନେଇଛନ୍ତି। ତେବେ ଶତକ ହାସଲ ପରେ ପନ୍ତ ପଡ଼ିଆରେ ଓଲଟା ଶୂନ୍ୟ ମାରି ଉତ୍ସବ ମନାଇଥିଲେ।

ଇଂଲଣ୍ଡ ଟସ୍‌ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ଵୀ ଜୟସଓ୍ବାଲ ଏବଂ କେ.ଏଲ. ରାହୁଲ ଇନିଂସ ଓପନ କରିଥିଲେ। ଜୟସଓ୍ବାଲଙ୍କ ଶତକୀୟ ଇନିଂସ ଏବଂ ରାହୁଲଙ୍କ ୪୨ ରନର ଯୋଗଦାନ ଦଳର ସ୍ଥିତିକୁ ମଜଭୁତ କରିଥିଲା। ୧୦୧ ରନ କରି ଜୟସଓ୍ବାଲ ଆଉଟ ହେବା ପରେ ଅଧିନାୟକ ଶୁବମନ ଗିଲ୍‌ ଭଲ ପ୍ରଦର୍ଶନ କରି ୧୪୭ କରି ଦଳର ସ୍କୋରକୁ ଆଗେଇ ଦେଇଥିଲେ। ଦଳର ସ୍କୋର ୪୩୦ ରନ ହୋଇଥିବାବେଳେ ୪ର୍ଥ ଉଇକେଟ ଭାବେ ଗିଲ୍ ଆଉଟ୍‌ ହୋଇଯାଇଥିଲେ। ୬ଷ୍ଠ ଉଇକେଟ ଯୋଡ଼ିରେ ପନ୍ତ ୧୩୧ ଏବଂ ରବୀନ୍ଦ୍ର ଜାଡ଼େଜା ୧ ରନ କରି ଖେଳୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories