www.samajalive.in
Saturday, December 13, 2025
14.1 C
Bhubaneswar

ପାହାଳ ଦମକଳ କେନ୍ଦ୍ର ପ୍ରସ୍ତାବିତ ଜାଗା ବିରୁଦ୍ଧରେ ଗ୍ରାମବାସୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ଖେଳ ପଡ଼ିଆକୁ ଦମକଳ କେନ୍ଦ୍ର ପାଇଁ ଆଲାଟମେଣ୍ଟ କରିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ବିରୋଧ । ରାଜଧାନୀ ଉପକଣ୍ଠ ପାହାଳ ନିକଟରେ ଦେଖିବାକୁ ମିଳିଛି ଏମିତି ଘଟଣା । ପାହାଳ ବଜାର ନିକଟରେ ଏକ ଖେଳ ପଡିଆ ରହିଛି ଯେଉଁଠି ପିଲାମାନେ ଖେଳ କୁଦ କରିବା ସହ ଅନେକ ସଭାସମିତି ହୋଇଥାଏ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତେ ଏହି ପଡିଆ ଉପରେ ନିର୍ଭର କରିଥାନ୍ତି । ଏହି ପଡ଼ିଆକୁ ଜିଏ ଡିପାର୍ଟମେଣ୍ଟ ପାହାଳ ଠାରେ ଅସ୍ଥାୟୀ ଘରେ କାର୍ଯ୍ୟ କରୁଥିବା ଦମକଳ କେନ୍ଦ୍ର ପାଇଁ ଆଲାଟମେଣ୍ଟ କରିଥିବା ଘଟଣା ଜଣା ପଡ଼ିବାରୁ ପାହାଳ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ଏକ ସାମ୍ବାଦିକ ସମ୍ମିଳନୀ ପାହାଳ ଗ୍ରାମ୍ୟ କମିଟିର ସଭାପତି ପଦ୍ମନାଭ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଜିଏ ଡିପାର୍ଟମେଣ୍ଟ ପାହାଳ ଦମକଳ କେନ୍ଦ୍ର ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମବାସୀ ବ୍ୟବହାର କରିଆସୁଥିବା ଜମିକୁ ହଠାତ୍ ପାହାଳ ଗ୍ରାମବାସୀଙ୍କୁ ନଜଣାଇ କିମ୍ବା ସ୍ଥାନୀୟ କର୍ପୋରେଟର, ବିଧାୟକଙ୍କ ମତାମତ ନନେଇ ଦମକଳ କେନ୍ଦ୍ର ପାଇଁ ଜମି ଆଲାର୍ଟ କରିବା ଘଟଣାକୁ ଦୃଢ଼ ବିରୋଧ କରିଛନ୍ତି  ଗ୍ରାମବାସୀ। ସରକାର ଦମକଳ କେନ୍ଦ୍ର ପାଇଁ ଯଦି ଜମି ଦେବାକୁ ଚାହୁଁଛନ୍ତି ତେବେ ପାହାଳର ନୂତନ ଥାନା ପାଖରେ ଏବଂ ପୁରୁଣା ଥାନା ପାଖରେ ଥିବା ପର୍ଯ୍ୟାପ୍ତ ପରିମାଣର ଜମିରେ ଦମକଳ କେନ୍ଦ୍ର କରନ୍ତୁ ବୋଲି ସମସ୍ତେ ମତପ୍ରକାଶ କରିଥିଲେ । ଯଦି ଏହି ଜମିରେ ଦମକଳକେନ୍ଦ୍ର ସ୍ଥାପନ ହେବ ତେବେ ଭବିଷ୍ୟତରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟଲୋକେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁ, ଅକ୍ଷୟ କୁମାର ଲେଙ୍କା, ସୁଧୀର ପଟ୍ଟନାୟକ, ପ୍ରମୁଖ ଓ ପାହାଳ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories