ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ କପୁଣ୍ଡି ଗ୍ରାମ ନିକଟସ୍ଥ ବୈତରଣୀ ନଦୀ ପାର୍ଶ୍ବରେ ଥିବା ଜଙ୍ଗଲରେ ଆଜି କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଜଙ୍ଗଲ ସାରା ନିଆଁ ବ୍ୟାପି ଯାଇଥିଲା। ପବନ କାରଣରୁ ନିଆଁ ଏତେ କ୍ଷିପ୍ର ଗତିରେ ମାଡି ଯାଇଥିଲା ଯେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା। ଏହା ଦେଖି ଗ୍ରାମବାସୀମାନେ ଅଗ୍ନିଶମ ବିଭାଗ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ଜଙ୍ଗଲରେ ଥିବା ବହୁ ଗଛ ପୋଡ଼ି ନଷ୍ଟ ହୋଇଯାଇଛି।
Popular Categories



