MEllora 950×100

ପାଟଣା ଜାଗର ମହୋତ୍ସବ ଉଦଯାପିତ

ପାଟଣା: କଳା ଓ ସଂସ୍କୃତି ଝଲକ ସହ ବିପ୍ପଣୀର ମହାସମ୍ଭାର ଓ ଆଞ୍ଚଳିକ କଳାକାରଙ୍କ ପାଇଁ ମହାମଞ୍ଚ ସୃଷ୍ଟି କରିଥିବା ପାଟଣା ଜାଗର ମହୋତ୍ସବ ଗତ ରାତିରେ ଉଦଯାପିତ ହୋଇଯାଇଛି। କମିଟିର ଅଜୟ କୁମାର ଦାଶଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ଆକାଶବାଣୀ କେନ୍ଦୁଝରର ଉଦଘୋଷିକା ଇନ୍ଦୁମତି ପାତ୍ର, ସମ୍ମାନିତ ଅତିଥି ଭାବେ କମିଟିର ସମ୍ପାଦକ ସନାତନ ଦାଶ ଓ ସହ ସମ୍ପାଦକ କମଳା କାନ୍ତ ପତି ପ୍ରମୁଖ ମଞ୍ଚାସିନ ଥିଲେ। ପାର୍ଥସାରଥୀ ବେଜ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବର୍ଗ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢିଆ ପକ୍ଷରୁ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ସମସ୍ତ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୮ଦିନ ବ୍ୟାପୀ ଜାଗର ମହୋତ୍ସବ ସମ୍ପାଦିତ ହୋଇଥିଲା।

Comments are closed.