www.samajalive.in
Tuesday, December 9, 2025
15.1 C
Bhubaneswar

ପାକିସ୍ତାନକୁ ଟମାଟୋ ପରେ ପାନ ବନ୍ଦ

ନୂଆଦିଲ୍ଲୀ ..- ପୁଲୁଓ୍ୱାମା ଆକ୍ରମଣ ପରେ ପାକିସ୍ତାନକୁ ଭାରତରୁ ଟମାଟୋ ରପ୍ତାନୀ ବନ୍ଦ କରାଯାଇଛି । ଏହାପରେ ପାକିସ୍ତାନର ଟମାଟୋ ବଜାରରେ ଯେପରି ନିଆଁ ଲାଗିଯାଇଛି । ଏବେ ପାକିସ୍ତାନରେ ଟମାଟୋ କିଲୋକୁ ୧୫୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି । ଟମାଟୋ ପାଇଁ ପାକିସ୍ତାନ ଗଣମାଧ୍ୟମରେ ଯୁଦ୍ଧ କରିବା ପାଇଁ ଅନେକ ମତ ଦେଇଛନ୍ତି । ପାକିସ୍ତାନରେ ଅନେକ ଲୋକ ପାନ ଖାଉଥିବା ବେଳେ ମଧ୍ୟ ପ୍ରଦେଶର ଛତରପୁରରୁ ପ୍ରଚୁର ପରିମାଣରେ ପାନ ପାକିସ୍ତାନକୁ ରପ୍ତାନୀ ହୋଇଥାଏ । ଏବେ ଏଠାକାର ଚାଷୀ ପାକିସ୍ତାନକୁ ପାନ ରପ୍ତାନୀ ବନ୍ଦ କରି ଦେଇଛନ୍ତି  ।

ଛତରପୁରରେ ପ୍ରଚୁର ପରିମାଣରେ ପାନ ଉତ୍ପାଦନ ହୋଇଥାଏ । ଏଠାରୁ ପାନ ପାକିସ୍ତାନକୁ ରପ୍ତାନୀ କରାଯାଏ ।  ପାକିସ୍ତାନକୁ ପାନ ରପ୍ତାନୀ ବନ୍ଦ ହେଲେ ଚାଷୀମାନଙ୍କର ୧୩ରୁ ୧୫ ଲକ୍ଷ ଟଙ୍କା କ୍ଷତି ହେବ । ହେଲେ ଦେଶପାଇଁ ଏହି ଲାଭ ଦରକାର ନାହିଁ ବୋଲି ପାନ ଚାଷୀମାନେ କହିଛନ୍ତି । ଏଠାରେ ଥିବା ପାନ ଚାଷୀ ସଂଘ ପକ୍ଷରୁ ଆମ ସରକାର ପାକିସ୍ତାନକୁ ପାଣି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆମେ ପାନ ବନ୍ଦ କରିଦେବୁ ବୋଲି କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories