www.samajalive.in
Saturday, December 13, 2025
27.1 C
Bhubaneswar

ଆଜିଠୁ ଉତ୍ପାଦନ, ବିକ୍ରି ନିଷେଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତାକାଲିଠାରୁ ପର୍ଯ୍ୟଟନସ୍ଥଳୀ ପୁରୀ ସମେତ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ପ୍ଲାଷ୍ଟିକ୍‍ ଓ ଜରିକୁ ନିଷେଧ କରାଯାଇଛି। ନିର୍ଦିଷ୍ଟ ମୋଟେଇଠାରୁ କମ୍‍ ମାପର ଜରି ଗ୍ରାହକଙ୍କୁ ଦେବା, ବିକ୍ରି କରିବା କିମ୍ବା ଉତ୍ପାଦନ କରିବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି। ଯଦି ଏହି ନିର୍ଦେଶନାମାକୁ କୌଣସିଠାରେ ଉଲ୍ଲଘଂନ କରାଯାଉଥିବାରୁ ଖବର ମିଳିବ ତେବେ ତତ୍‍କ୍ଷଣାତ୍‍ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ସୋମବାର ସଚିବାଳରେ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ଯେ ପରିବେଶର ଭାରସାମ୍ୟ ରକ୍ଷା କରିବା ଏବଂ ପ୍ଲାଷ୍ଟିକ୍‍ ଅବକ୍ଷୟକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦେଶନାମା ଜାରି କରାଯାଇଛି। ଏହାର ନିୟମ ପାଳନ ଦାୟିତ୍ୱ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ସହିତ ପୁରୀ ପୌରାଞ୍ଚଳକୁ ସାମିଲ କରାଯାଇଛି। ସରକାରଙ୍କ ନିର୍ଦିଷ୍ଟ ନୀତି ଅନୁଯାୟୀ ବିଭାଗ ପକ୍ଷରୁ ସବୁପ୍ରକାର ପଦକ୍ଷେପ କଡାକଡ଼ି ଗ୍ରହଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ଶନିବାର ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାରି କରିଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଏଣିକି ୫୦ ମାଇକ୍ରୋନ୍‍ ମୋଟାରୁ କମ୍‍ ମୋଟାର ପଲିଥିନ୍‍ ବା ପ୍ଲାଷ୍ଟିକ ରାଜ୍ୟର ୫ଟି ମହାନଗର ସହିତ ପୁରୀରେ ପ୍ରଚଳନ ହେବନାହିଁ। ଏମିତିକି ୨୦୦ମିଲି ଲିଟର ପାଣିବୋତଲ ଆଉ ଉକ୍ତ ପୌରାଞ୍ଚଳରେ ବିକ୍ରି ହେବନାହିଁ। ପଲିଥିନ୍‍ ଜରି ଉତ୍ପାଦନ କାରଖାନା ସହିତ ଏହାକୁ ଗଚ୍ଛିତ କରିବା, ବ୍ୟବହାର ଓ ପରିବହନ ପ୍ରଭୃତିରେ କଟକଣା ଲାଗିଛି। କୌଣସି ଦୋକାନରେ ଅବକ୍ଷୟ ହେଉ ନଥିବା ପଲିଥିନ୍‍ ଜରି ଯଦି ମହଜୁଦ୍‍ ହୁଏ ତେବେ ସେଥିପ୍ରତି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀ ମହାପାତ୍ରଙ୍କ ନିର୍ଦେଶନାମା ଅନୁଯାୟୀ ଘରେ ନିତ୍ୟ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍‍ ସାମଗ୍ରୀ ଯଥା ଡିସ୍‍, ଚାମଚ, ଥର୍ମୋକୁଲ, କପ୍‍, ପ୍ଲେଟ୍‍, ଗ୍ଲାସ୍‍, ବାଓଲ, ଡେକୋରେଟିଭ ସାମଗ୍ରୀ ଏଣେତେଣେ ପଡ଼ିବ ନାହିଁ। ଦୋକାନୀମାନେ ୫୦ ମାଇକ୍ରୋନ୍‍ରୁ କମ୍‍ ମୋଟେଇ ଜରି ରଖି ପାରିବେ ନାହିଁ। ସାଧାରଣ ସ୍ଥାନରେ ଯେକେହି ବ୍ୟକ୍ତି ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ଜରି ଫିଙ୍ଗି ପାରିବେ ନାହିଁ। ହୋଟେଲ, ବଡ ବଡ ଅନୁଷ୍ଠାନ ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ବେଳେ ଇଭେଣ୍ଟ ପରିଚାଳକ ତଥା ସଂପୃକ୍ତ କର୍ତ୍ତୃପକ୍ଷ ଜରି, ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ସଂଗ୍ରହ ଲାଗି ବ୍ୟବସ୍ଥା କରିବେ କିମ୍ବା ଏହାର ସୁପରିଚାଳନା କରିବେ। ଯେଉଁମାନେ ନିର୍ଦିଷ୍ଟ ନୀତିନିୟମକୁ ଖିଲାପ କରି ପରିବେଶ ପ୍ରଦୂଷଣ କରିବେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories