www.samajalive.in
Sunday, December 7, 2025
23.1 C
Bhubaneswar

ସ୍ମୃତି ଶକ୍ତି ନିମନ୍ତେ ଖାଆନ୍ତୁ ପାଳଙ୍ଗ

ଦୈନିକ ବିଭିନ୍ନ ପ୍ରକାରର ଶାଗ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଶୀତଦିନେ ବଜାରରେ ଶାଗର ଭିଡ଼ ଦେଖିବାକୁ ମିଳେ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏଇ ଦିନେ ସପ୍ତାହରେ ୨-୩ ଥର ପାଳଙ୍ଗ ଶାଗ ଖାଇବା ଉଚିତ। ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳିବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ।

ଭିଟାମିନ୍ ଏ, ଲ୍ୟୁଟିନ୍, କେରୋଟିନ୍ ଆଦି ଆଣ୍ଟିଅକ୍ସିଡାଣ୍ଟ ଭରପୂର ଏଇ ଶାଗ ଖାଇଲେ ଆମ ତ୍ବଚା ଓ କେଶକୁ ପୋଷଣ ମିଳେ। ପିଲାଠାରୁ ବୟସ୍କ ସମସ୍ତେ ପାଳଙ୍ଗ ଶାଗ ଖାଇବା ଭଲ। ବୟସ୍କ ରୋଗୀଙ୍କ ଠାରେ ଡିମେନ୍‌ସିୟା ରୋଗ ହେବାର ଭୟ ଥାଏ। ଯୁବକ ସମୟରୁ ଏଇ ଶାଗ ଖାଇବା ସେମାନଙ୍କ ସ୍ମୃତି ଶକ୍ତି ବୃଦ୍ଧି କରେ। ନିୟମିତ ପାଳଙ୍ଗ ଶାଗ ଖାଉଥିବା ଲୋକଙ୍କ ଠାରେ ଆଲଜାଇମର୍ସ, ଡିମେନ୍‌ସିୟା ରୋଗ ହେବାର ଭୟ କମ୍ ଥାଏ।

- Advertisement -

– ଖାଦ୍ୟ ବିଶେଷଜ୍ଞ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି, ପାଳଙ୍ଗ ଶାଗକୁ ଅଧିକ ଦିନ ଫ୍ରିଜ୍‌ରେ ରଖିଲେ ଏହାର ଗୁଣକାରୀ ତତ୍ତ୍ବ ନଷ୍ଟ ହୋଇଯାଏ। ଏହି ଶାଗର ରସକୁ ଫଳ ରସ କିମ୍ବା ପରିବା ରସରେ ମିଶାଇ ପିଇନେବା ଭଲ। ସତେଜ ଶାଗ ଖାଇବାକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ।
– ୨୦୧୮ରେ ବ୍ରିଟେନ୍‌ରେ ହୋଇଥିବା ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ନିୟମିତ ପାଳଙ୍ଗ ଶାଗ ଖାଉଥିବା ବ୍ୟକ୍ତିଙ୍କ ଠାରେ ଡିମେନ୍‌ସିୟା ହେବାର ଭୟ ୨୦% କମ୍ ଥାଏ।
– ଆଖିର ଜ୍ୟୋତି ବୃଦ୍ଧି କରିବାରେ ଏହି ଶାଗର ପୋଷକତତ୍ତ୍ବ ଖୁବ୍ ଗୁଣକାରୀ। ଏହା ସହ ପାଳଙ୍ଗ ଶାଗ ଖାଇଲେ ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ।
– ମାନସିକ ଚାପଗ୍ରସ୍ତ ରୋଗୀଙ୍କ ନିମନ୍ତେ ପାଳଙ୍ଗ ଶାଗର ରସ ଔଷଧ ପରି କାମ କରେ। ବ୍ରଣ ହେବାର ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ପାଳଙ୍ଗ ରସ ପିଇବା ସହ ଶାଗ ଖାଇବା ମଧ୍ୟ ଭଲ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories