ଡେସ୍କ: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହିତ ଜଣେ ଲସ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି। ମଙ୍ଗଳବାର ଏବଂ ବୁଧବାର ମଧ୍ୟରାତ୍ରିରେ ଟଙ୍ଗଧର ସେକ୍ଟରରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ନିହତ ଆତଙ୍କବାଦୀ ପାକିସ୍ତାନ ଅଧିକୃତ କାଶ୍ମୀରର ସୟଦପୁରାର ମହମ୍ମଦ ଶକୁର (୩୨) ବୋଲି ସେ କହିଛନ୍ତି।
କୁପୱାରା ଜିଲ୍ଲାର କର୍ଣ୍ଣହ ଅଞ୍ଚଳରେ ସୁଦପୁରା ଫରୱାର୍ଡ ପୋଷ୍ଟରେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ଗୋଷ୍ଠୀର ଅନୁପ୍ରବେଶ ସମ୍ପର୍କରେ ପୁଲିସଠାରୁ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଏହି ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଅନ୍ଧାର ସୁଯୋଗ ନେଇ ଜଣେ ଆତଙ୍କବାଦୀ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରକୁ ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଜି ସକାଳେ ସେହି ସ୍ଥାନରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଗୋଟିଏ ଏକେ ସିରିଜ୍ ରାଇଫଲ, ଦୁଇଟି ପିସ୍ତଲ ଏବଂ ବହୁ ପରିମାଣର ଗୁଳିଗୋଳା ଉଦ୍ଧାର କରାଯାଇଛି।



