ବେକେ ପାଣିରେ ପସି ରିପୋର୍ଟିଂ, ଚର୍ଚ୍ଚାରେ ପାକିସ୍ତାନ ସାମ୍ବାଦିକ

ଇସଲାମାବାଦ : ବନ୍ୟା ସମୟରେ ବେକେ ପାଣିରେ ପସି ରିପୋର୍ଟିଂ କରିବାକୁ ନେଇ ପାକିସ୍ତାନର ଜଣେ ରିପୋର୍ଟର ଏବେ ଚର୍ଚ୍ଚରେ ରହିଛନ୍ତି। ଗ୍ରାଉଣ୍ଡରେ ଲାଇଭ ରିପୋର୍ଟିଂ ସମୟରେ ଏଭଳି ଅନେକ ଅସୁବିଧା ଓ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ଏଥିରେ କୁହାଯାଉଛି।

prayash

ଏହି ରିପୋର୍ଟିଂର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ରିପୋର୍ଟରଙ୍କୁ କେତେକ ଲୋକ ପ୍ରଶଂସା କରୁଥିଲାବେଳେ କିଛି ଲୋକ ତାଙ୍କୁ ପରିହାସ କରୁଛନ୍ତି। ବେକେ ପାଣିରେ ପସି ମାଇକ ସହ ରିପୋର୍ଟରଙ୍କ ଫଟୋ ଧ୍ୟାନକୁ ଆକର୍ଷିତ କରୁଛି। ରିପୋର୍ଟର ଜଣକ ବେକେ ପାଣିରେ ପସି ସେଠାକାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଉଥିବାର ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ବନ୍ୟା ସମୟରେ ଜି-ଟିଭି ନ୍ୟୁଜ ସାମ୍ବାଦିକ ଆଜଦାର ହୁସେନ ଏଭଳି ରିପୋର୍ଟିଂ କରିଥିଲେ। ଜି-ଟିଭି ପକ୍ଷରୁ ସାମାଜିକ ଗଣମାଧ୍ୟମର ଏହାର ଏକ ଫୁଟେଜ ସେୟାର କରାଯାଇଛି ଓ ଏଥିରେ ଲେଖାଯାଇଛି ବନ୍ୟା ସମୟରେ ପାକିସ୍ତାନ ରିପୋର୍ଟର।

kalyan agarbati

Comments are closed.