www.samajalive.in
Saturday, December 13, 2025
23.1 C
Bhubaneswar

କୁଏତ୍‍ ପ୍ରତିନିଧିଙ୍କ ପର୍ସ ଚୋରି କରି ପାକିସ୍ତାନ ଅଧିକାରୀ ନିନ୍ଦିତ

ଇସଲାମାବାଦ : ବିଶ୍ୱ କୂଟନୈତିକସ୍ତରରେ ପାକିସ୍ତାନର ଭାବମୂର୍ତ୍ତି ନଷ୍ଟ ହୋଇଛି। କୁଏତର ଜଣେ ପ୍ରତିନିଧିଙ୍କ ମନିପର୍ସକୁ ପାକିସ୍ତାନର ଜଣେ ଅଧିକାରୀ ଚୋରି କରିବା ଓ ଏହା ଧରାପଡିବା ପରେ ପାକିସ୍ତାନ ସାଧାରଣରେ ନିନ୍ଦିତ ହୋଇଛି। ରିପୋର୍ଟ ଅନୁଯାୟୀ କୁଏତର ଏକ ସରକାରୀ ପ୍ରତିନିଧି ଦଳ ପୁଞ୍ଜିନିବେଶ ବାବଦରେ କଥାବାର୍ତ୍ତା ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ସମୟରେ କୁଏତର ଜନୈକ ପ୍ରତିନିଧି ତାଙ୍କ ମନିପର୍ସଟିକୁ ଭୁଲବଶତଃ ଟେବୁଲ ଉପରେ ଛାଡି ଚାଲିଯାଇଥିଲେ। ଟେବୁଲ ଉପରେ ଥିବା ଏହି ପର୍ସଟିକୁ ପାକିସ୍ତାନର ଜନୈକ ଅଧିକାରୀ ଚୋରି କରିନେଇଥିଲେ। ସାମ୍ମା ଟିଭି ରିପୋର୍ଟ ଅନୁଯାୟୀ ପର୍ସ ଚୋରି କରିଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ପାକିସ୍ତାନର ପୁଞ୍ଜିନିବେଶ ବିଭାଗର ଜଣେ ସଚିବ ପାହ୍ୟାର ଅଧିକାରୀ। ମନିପର୍ସ ଚୋରି ସମ୍ପର୍କରେ କୁଏତର ପ୍ରତିନିଧି ଦଳ ପାକିସ୍ତାନ ପ୍ରତିପକ୍ଷଙ୍କୁ ଅବଗତ କରାଇଥିଲେ। ଏହା ପରେ କଥାବାର୍ତ୍ତା ଆୟୋଜନ ହୋଇଥିବା ଅର୍ଥ ମନ୍ତ୍ରଣାଳୟର କୋଠାକୁ ଚାରିଆଡୁ ଯାଞ୍ଚ କରାଯାଇଥିଲା। ତଳିଆ କର୍ମଚାରୀଙ୍କୁ ଡକାଯାଇ ଜଣ ଜଣକରି ତଲାସ କରାଯାଇଥିଲା। ତେବେ କାହାଠାରୁ ପର୍ସ ମିଳି ନଥିଲା। ଏହା ପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା। ସିସିଟିଭି ଫୁଟେଜ ଯାଞ୍ଚ ସମୟରେ ପାକିସ୍ତାନର ଅଧିକାରୀ ଜଣଙ୍କ ଟେବୁଲ ଉପରୁ ପର୍ସଟିକୁ ଉଠାଇ ନିଜ ପକେଟରେ ରଖୁଥିବା ଜଣାପଡିଥିଲା। ପରେ ତାଙ୍କ ଠାରୁ ପର୍ସ ଜବତ କରାଯାଇ କୁଏତ ପ୍ରତିନିଧିଙ୍କୁ ଫେରସ୍ତ କରାଯାଇଥିଲା। ପର୍ସଟିରେ ଅନେକ ବଡ ମୂଲ୍ୟର ନୋଟ୍‍ (ଡିନାର) ରହିଥିଲା। ଏହି ଘଟଣାରେ ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ବର୍ତ୍ତମାନର ଅମଲାତନ୍ତ୍ର ଅଧିକାରୀମାନେ ନୈତିକ ଶିକ୍ଷା ନେବା ଉଚିତ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories