ଅହମଦାବାଦ : ଆଉ ବେଶୀ ଦିନ ନୁହେଁ। ଭାରତର ଅର୍ଥନୀତି ଖୁବଶୀଘ୍ର ବ୍ରିଟେନର ଅର୍ଥନୀତିକୁ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ଗୁଜରାଟ କଚ୍ଛ ଜିଲାରେ ପ୍ରଧାନମନ୍ତ୍ରୀ ମୁଣ୍ଡ୍ରା ଏଲଏନଜି ଟର୍ମିନାଲ, ଅନଜାର-ମୁଣ୍ଡ୍ରା ଓ ପାଲାନପୁର-ପାଲି-ବାରମେଣ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ରାଜକୋର୍ଟରେ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ସଂଗ୍ରହାଳୟକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ରାଜକୋଟର ଆଲଫ୍ରେଡ ହାଇସ୍କୁଲରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଗାନ୍ଧୀ ଏହି ସ୍କୁଲରେ ପାଠ ପଢିଥିଲେ। ଆନନ୍ଦ ଜିଲାରେ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ଅମୁଲର ଅନେକ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ଏହା ମଧ୍ୟରେ ରହିଛି ଅମୁଲର ଚକୋଲେଟ ପ୍ଲାଣ୍ଟ। ଏହି ଚକୋଲେଟ ପ୍ଲାଣ୍ଟରେ ମାସକୁ ୧୦୦୦ ଟନ ଚକୋଲେଟ ଉତ୍ପାଦନ ହେବ। ସେହିପରି ବିଦ୍ୟା ଡାଏରି ଓ ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠିତ ୨୦କୋଟି ଟଙ୍କା ମୂଲ୍ୟର ଆଇସକ୍ରିମ୍ ପ୍ଲାଣ୍ଟକୁ ଉଦଘାଟନ କରାଯାଇଛି।
Popular Categories



