୩୬,୦୦୦ ଫୁଟ ଉଚ୍ଚରେ ଜେଟ୍‍ ଏୟାରୱେଜ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି , କଲା ଜରୁରୀ ଅବତରଣ

0

ନୂଆଦିଲ୍ଲୀ : ମଝି ଆକାଶରେ ଜେଟ୍‍ ଏୟାରୱେଜ୍‍ର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହା ଜରୁରୀ ଅବତରଣ କରିଛି। ବିମାନଟିରେ ୧୦୪ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଜେଟ୍‍ ଏୟାରୱେଜ୍‍ ବିମାନ ୯ଡବ୍ଲ୍ୟୁ ୯୫୫ ରବିବାର ହାଇଦରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା। ବିମାନଟି ୩୬,୦୦୦ ଫୁଟ ଉଚ୍ଚରେ ଥିବାବେଳେ ଏହାର ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା। ଫଳରେ ମଧ୍ୟାହ୍ନ ୧୨ଟା୦୬ରେ ଏହାକୁ ଇନ୍ଦୋର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।

Leave A Reply