www.samajalive.in
Saturday, December 6, 2025
26.1 C
Bhubaneswar

‘ହେ ସର୍ବଶକ୍ତିମାନ! ଆମକୁ ମୋଦୀ ଦିଅ’- ଶେହବାଜ ସରକାର ଉପରେ ବର୍ଷି ଏପରି କହିଲେ ପାକ୍‌ ଯୁବକ

ଇସଲାମାବାଦ: ପାକିସ୍ତାନୀ ୟୁଟ୍ୟୁବର ସନା ଅମଜଦ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି, ଯାହା ସାମଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। ଭାରତରେ ମଧ୍ୟ ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ପାକିସ୍ତାନୀ ଯୁବକ କିପରି ଦେଶର ଅର୍ଥନୈତିକ ସଙ୍କଟ ପରେ ନିଜ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିରୋଧରେ ନାରାବାଜି ଦେଉଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯୁବକ ଜଣକ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏପରିକି ୧୯୪୭ରେ ହୋଇଥିବା ବିଭାଜନକୁ ନେଇ ମଧ୍ୟ ପଶ୍ଚାତାପ କରୁଛନ୍ତି।


ୟୁଟ୍ୟୁବର ସନା ଅମଜଦଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଜଣେ ପାକିସ୍ତାନୀ ଯୁବକ ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଶେହବାଜ ସରିଫ ସରକାର ବିରୋଧରେ ନାରା ଦେଉଛନ୍ତି। ଏଥିସହ କହୁଛନ୍ତି, ସେ ମଧ୍ୟ ଉଚିତ ମୂଲ୍ୟରେ ସାମଗ୍ରୀ କ୍ରୟ କରିବାକୁ ସକ୍ଷମ ହୋଇଥା’ନ୍ତେ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନରେ ଶାସନ କରୁଥା’ନ୍ତେ। ଭାଇରାଲ ଭିଡିଓରେ ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପଚାରୁଛନ୍ତି, ରାସ୍ତାରେ ‘ପାକିସ୍ତାନରୁ ଜୀବନ ବଞ୍ଚାଇ ପଳାଅ, ଦରକାର ପଡ଼ିଲେ ଭାରତ ପଳାଅ’ର ନାରା କାହିଁକି ଦିଆଯାଉଛି? ଉତ୍ତରରେ ବ୍ୟକ୍ତି ଜଣକ କହୁଛନ୍ତି, ସେ ପାକିସ୍ତାନରେ ଜନ୍ମ ନହୋଇ ଯଦି ଭାରତରେ ଜନ୍ମ ହୋଇଥାଆନ୍ତେ ତେବେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥା’ନ୍ତା।

- Advertisement -

ସ୍ଥାନୀୟ ବ୍ୟକ୍ତି ଜଣକ କହୁଛନ୍ତି ଯେ, ଯଦି ବିଭାଜନ ହୋଇ ନ ଥାଆନ୍ତା, ତାହେଲେ ସେ ଓ ତାଙ୍କ ସାଥୀ ଦେଶବାସୀ ଆଜି ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରି ଥାଆନ୍ତେ ଓ ସବୁ ରାତିରେ ତାଙ୍କ ପିଲାଙ୍କୁ ମୁଠାଏ ଖାଇବାକୁ ଦେଇ ପାରିଥାଆନ୍ତେ। ସେ କହିଛନ୍ତି, ଭଲ ହୋଇଥାନ୍ତା ଯଦି ପାକିସ୍ତାନ ଭାରତଠାରୁ ଅଲଗା ହୋଇନଥାନ୍ତା। ତାହେଲେ ଆମେ ପାକିସ୍ତାନୀ ମୁଦ୍ରାରେ ଟମାଟୋ କିଲୋ ପ୍ରତି ୨୦ ଟଙ୍କା, ଚିକେନ୍‌ କିଲୋ ପ୍ରତି ୧୫୦ ଓ ପେଟ୍ରୋଲ ଲିଟର ପ୍ରତି ୫୦ ଟଙ୍କାରେ କିଣୁ ଥାଆନ୍ତୁ। ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଆମକୁ ଏକ ଇସ୍ଲାମିକ୍ ରାଷ୍ଟ୍ର ମିଳିଲା କିନ୍ତୁ ଆମେ ଏଠାରେ ଇସଲାମ ପ୍ରତିଷ୍ଠା କରିପାରିଲୁ ନାହିଁ।

ପାକ୍‌ ଯୁବକ ଜଣକ କହିଛନ୍ତି ଯେ, ଆମେ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଆଉ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁନାହୁଁ। ମୋଦୀ ଆମ ଅପେକ୍ଷା ବହୁତ ଭଲ, ତାଙ୍କ ଲୋକମାନେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କୁ ଅନୁସରଣ କରନ୍ତି। ଯଦି ଆମ ପାଖରେ ନରେନ୍ଦ୍ର ମୋଦୀ ଥାଆନ୍ତେ, ତାହେଲେ ଆମକୁ ନୱାଜ ଶରିଫ, ବେନଜିର୍ କିମ୍ବା ଇମ୍ରାନଙ୍କର କୌଣସି ଆବଶ୍ୟକତା ନ ଥାଆନ୍ତା। ଏପରିକି ନା ପୂର୍ବତନ ସାମରୀକ ଶାସକ ଜେନେରାଲ ପରଭେଜ ମୁଶାରଫଙ୍କର ମଧ୍ୟ ଆବଶ୍ୟକତା ଥାଆନ୍ତା। ଆମେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛୁ, କାରଣ କେବଳ ସେ ହିଁ ଦେଶର ସମସ୍ତ ପରିସ୍ଥିତି ସହ ମୁକାବିଲା କରିପାରିବେ। ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବାବେଳେ ଆମେ କେଉଁଠି ବି ନାହୁଁ। ମୁଁ ମୋଦୀ ଶାସନରେ ବଞ୍ଚିବାକୁ ପ୍ରସ୍ତୁତ। ମୋଦୀ ଜଣେ ମହାନ ବ୍ୟକ୍ତି।

ଶେହବାଜ ସରକାର ଉପରେ ବର୍ଷି ବ୍ୟକ୍ତି ଜଣକ କହିଛନ୍ତି ଯେ, ଯେତେବେଳେ ତୁମେ ତୁମ ପିଲାମାନଙ୍କୁ ରାତିରେ ଖାଇବାକୁ ଦେଇ ପାରିବ ନାହିଁ, ସେତେବେଳେ ତୁମେ ସେହି ଦେଶକୁ ଧ୍ୱଂସ କରିବା ଆରମ୍ଭ କରିବ। ଲୁହ ଭରା ଆଖିରେ ସେ କହିଛନ୍ତି, ମୁଁ ସର୍ବଶକ୍ତିମାନଙ୍କୁ ପ୍ରାର୍ଥନା କରୁଛି ଯେ ଆମକୁ ମୋଦୀ ଦିଅନ୍ତୁ ଏବଂ ସେ ଆମ ଦେଶକୁ ଶାସନ କରନ୍ତୁ। ସେ କହିଛନ୍ତି ଯେ, ପାକିସ୍ତାନୀମାନେ ନିଜକୁ ଭାରତ ସହ ତୁଳନା କରିବା ବନ୍ଦ କରିବା ଉଚିତ। କାରଣ ଦୁଇ ଦେଶ ମଧ୍ୟରେ କୌଣସି ତୁଳନା ନାହିଁ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories