www.samajalive.in
Saturday, December 6, 2025
26.1 C
Bhubaneswar

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି:ସମ୍ବଲପୁର ଜିଲା ରେଙ୍ଗାଲି ପଞ୍ଚାୟତ ପରିସରରେ ଆଜି ଜିଲା ଅାଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶୁଭଙ୍କର ମିଶ୍ର, ସ୍ଥାୟୀ ଲୋକ ଅଦାଳତର ଅଧ୍ୟକ୍ଷ ବିଚାରପତି ହିମାଂଶୁ ଶେଖର ବ୍ରହ୍ମା ,ଯୋଗ ଦେଇ ଆଇନ୍ ସେବା ପ୍ରାଧିକରଣ ମାଧ୍ୟମରେ ଜନ ସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଆଇନ୍ ସହାୟତା ଉପରେ ଆଲୋକପାତ କରିବା ସହିତ ମୌଳିକ ଅଧିକାର ସୁରକ୍ଷା, ଘରୋଇ ହିଂସାକୁ ରୋକିବା, ଶ୍ରମିକମାନଙ୍କ ଅଧିକାର ଆଦି ବିଷୟରେ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଳକ ଅଧ୍ୟକ୍ଷ ସତ୍ୟନରାୟଣ ଅଗ୍ରଓାଲା, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ଜିପିଓ ମୋନିକା ବହିଦାର ଯୋଗ ଦେଇ ଆଇନ୍ ସେବା ପ୍ରାଧିକରଣ ଜରିଆରେ ଯୋଗାଇ ଦିଆଯାଉଥିବା ମାଗାଣା ଆଇନ୍ ସହାୟତା ର ସଦ୍ ବିନିଯୋଗ କରିବାକୁ ସମବେତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲା ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ସୁଷମା ସାହୁ ଏବଂ ଶ୍ରେଷ୍ଠ ଆଶା କର୍ମୀ ରୀନା ଓରାମଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories