www.samajalive.in
Monday, December 15, 2025
14.1 C
Bhubaneswar

ମୁନିର ହେବେ ପ୍ରଥମ ସିଡିଏଫ୍‌

ଇସଲାମାବାଦ: ପାକିସ୍ତାନ ସରକାର ପାର୍ଲାମେଣ୍ଟରେ ୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଶନିବାର ପାର୍ଲାମେଣ୍ଟରେ ଆଗତ ହୋଇଥିବା ଏହି ବିଲ୍‌ ଦ୍ବାରା ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ପରିବର୍ତ୍ତନ କରାଯିବ। ଧାରା ୨୪୩ରେ ପାକିସ୍ତାନ ସୈନ୍ୟ ବାହିନୀର ଗଠନ ପ୍ରକ୍ରିୟା ଓ ଏ ସମ୍ପର୍କିତ ଅନ୍ୟାନ୍ୟ ନିୟମ ରହିଛି। ୨୭ତମ ସମ୍ବିଧାନ ସଂଶୋଧନ ଦ୍ବାରା ପାକିସ୍ତାନ ସୈନ୍ୟ ବାହିନୀରେ ସର୍ବୋଚ୍ଚ କ୍ଷମତାଧାରୀ ପଦ ଚିଫ୍‌ ଅଫ୍ ଡିଫେନ୍ସ ଫୋର୍ସେସ୍ (ସିଡିଏଫ୍‌) ସୃଷ୍ଟି କରାଯିବ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଏହି ପଦରେ ନୂଆ ନିଯୁକ୍ତି ପ୍ରଦାନ କରିବେ। ସିଡିଏଫ୍ ପଦ ସୃଷ୍ଟି କରାଯିବା ପରେ ଏହି ସ୍ଥାନରେ ସେନାମୁଖ୍ୟ​‌ ଜେନେରାଲ ଅସୀମ୍‌ ମୁନିରଙ୍କୁ ଅବସ୍ଥାପିତ କରାଯିବ। ମୁନିର ହେବେ ପାକିସ୍ତାନର ପ୍ରଥମ ସିଡିଏଫ୍‌। ସିଡିଏଫ୍ ପଦ ଧାରଣ ଦ୍ବାରା ମୁନିର ଦେଶର ତିନି ସୈନ୍ୟ ବାହିନୀକୁ ନିଜ ନିୟନ୍ତ୍ରଣରେ ରଖିପାରିବେ।

ଦେଶର ସୈନ୍ୟ ବାହିନୀ ଜଣଙ୍କ ଦ୍ବାରା ନିୟନ୍ତ୍ରିତ ହେବ। ଏହାଦ୍ବାରା ଜେନେରାଲ ମୁନିର ଅଧିକ କ୍ଷମତାଶାଳୀ ହେବେ। ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ସେନାମୁଖ୍ୟ ପଦରେ ଯିଏ ରହିବେ ସିଏ ପରବର୍ତ୍ତୀ ସମୟରେ ସିଡିଏଫ୍‌ ପଦ ଧାରଣ କରିବେ। ସିଡିଏଫ୍ ପଦରେ ରହିବା ଦ୍ବାରା ମୁନିର ଦେଶର ପରମାଣୁ କମାଣ୍ଡର ଦାୟିତ୍ବରେ ରହୁଥିବା ଅଧିକାରୀଙ୍କୁ ନିଯୁକ୍ତି ଦେଇପାରିବେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଲୋଡିବେ। ବିଧେୟକରେ ସେନା ଅଧିକାରୀଙ୍କୁ ଫିଲ୍ଡ ମାର୍ଶାଲ, ମାର୍ଶାଲ ଅଫ୍ ଏୟାରଫୋର୍ସ ଭଳି ପଦରେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories