ତିନିଭାଗ ହୋଇଯିବ ପାକିସ୍ତାନ ! ଭବିଷ୍ୟବାଣୀ କଲେ ଇମରାନ୍ ଖାନ୍
ଇସଲାମାବାଦ – ଭବିଷ୍ୟତରେ ପାକିସ୍ତାନ ତିନିଭାଗ ହୋଇଯିବ ବୋଲି ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି । ଏବେଠାରୁ ଠିକ୍ ଭାବେ ଆଇନ କାନୁନ ବ୍ୟବସ୍ଥାକୁ ଲାଗୁ କରାନଗଲେ ଭବିଷ୍ୟତରେ ଏପରି ହୋଇପାରେ ବୋଲି ସେ କହିଛନ୍ତି । ପାକିସ୍ତାନ ସରକାର ଠିକ୍ ନିଷ୍ପତ୍ତି ନେଉ ନାହାନ୍ତି । ସରକାର ଠିକ୍ ନିଷ୍ପତ୍ତି ଗ୍ରହଣ ନକଲେ ଏପରି ଅବସ୍ଥା ହେବ ବୋଲି ସେ ଆକଳନ କରିଛନ୍ତି ।
ପାକିସ୍ତାନରେ ସେନା ହିଁ ସରକାରଙ୍କୁ ନିୟନ୍ତ୍ରଣ କରୁଛନ୍ତି । ପାକିସ୍ତାନ ସେନା ଯୋଗୁଁ ଦେଶ ନଷ୍ଟ ହେବା ସହ ଭବିଷ୍ୟତରେ ସେନାରେ ହିଁ ବିଦ୍ରୋହ ହୋଇପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ଏକ ବେସରକାରୀ ଟେଲିଭିଜନ୍ ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ଇମରାନ୍ ଏହି କଥା ପ୍ରକାଶ କରିଛନ୍ତି ।
ପାକିସ୍ତାନରେ ଅର୍ଥନୀତିର ଦୂରାବସ୍ଥା ହୋଇଛି । ଏହା ହେବା ଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଇମରାନ୍ ଖାନ୍ଙ୍କ ଏହି ବକ୍ତବ୍ୟକୁ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ସେ ଭାରତ ସରକାରଙ୍କ ଏବଂ ମୋଦୀଙ୍କ ଭାଷା କହୁଥିବା କଥା ପାକି୍ସ୍ତାନ ପିପୁଲସ୍ ପାର୍ଟିର ନେତା ଅସିଫ୍ ଅଲି ଜରଦାରୀ କହିଛନ୍ତି । ଇମରାନ୍ ଶାସନ କ୍ଷମତା ହରାଇବା ପରେ ଏପରି କହୁଥିବା କଥା ସେ ପ୍ରକାଶ କରିଛନ୍ତି ।
Comments are closed.