ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ମହାମୁକାବିଲାରେ ଟିମ ଇଣ୍ଡିଆକୁ ୨୪୨ରନର ଟାର୍ଗେଟ ଦେଇଛି ଆୟୋଜକ ପାକିସ୍ତାନ ଦଳ। ଭାରତୀୟ ସ୍ପିନରମାନଙ୍କ କମାଲ ଯୋଗୁ ପାକିସ୍ତାନ ଟିମ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୧ ରନରେ ସୀମିତ ରହିଛି। ଦଳ ପକ୍ଷରୁ ସଉଦ ଶକୀଲ ସର୍ବାଧିକ ୬୨ ରନ କରିଥିବାବେଳେ ଅଧିନାୟକ ମହମ୍ମଦ ରିଜୱାନ ୪୬ ରନ କରିବାରେ ସମର୍ଥ ହୋଇଛନ୍ତି। ଭାରତୀୟ ସ୍ପିନର କୁଳଦୀପ ଯାଦବ ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଓ ହର୍ସିତ ରାଣା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତକୁ ଏହି ମ୍ୟାଚ ଜିତିବା ଲାଗି ୨୪୨ ରନର ଆବଶ୍ୟକତା ରହିଛି। ଭାରତର ବିଜୟକୁ କୋଟି କୋଟି ପ୍ରଶଂସକ ଚାହିଁ ରହିଛନ୍ତି।
Popular Categories



