ପାକିସ୍ତାନର ନୂଆ ରାଷ୍ଟ୍ରପତି ହେଲେ ଆରିଫ ଆଲଭି

0

ଇସଲାମାବାଦ : ପାକିସ୍ତାନର ଶାସକ ଦଳ ପିଟିଆଇ ପ୍ରାର୍ଥୀ ଡ. ଆରିଫ ଆଲଭି ମଙ୍ଗଳବାର ପାକିସ୍ତାନର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଡ. ଆରିଫ ଆଲଭି ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଦଳର ସଂସ୍ଥାପକ ସଦସ୍ୟ ଥିଲେ। ଆଲଭି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପ୍ରାର୍ଥୀ ଐଜାଜ୍‍ ଅହସାନ ଏବଂ ପାକିସ୍ତାନ ମୁସଲିମ୍‍ ଲିଗ୍‍ (ଏନ୍‍)ର ପ୍ରାର୍ଥୀ ମୌଲାନା ଫଜଲୁର ରେହମାନଙ୍କୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତାରେ ପରାସ୍ତ କରିଛନ୍ତି।
ବେସରକାରୀ ତଥ୍ୟ ଅନୁସାରେ ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ଆସେମ୍ବ୍ଲି ଏବଂ ସିନେଟ୍‍ର ମୋଟ ୪୩୦ ସଦସ୍ୟ ମତଦାନ କରିଥିଲେ। ଏଥିରେ ଆଲଭିଙ୍କୁ ୨୧୨, ଐଜାଜ୍‍ ଅହସାନଙ୍କୁ ୮୧, ମୌଲାନା ଫଜଲୁର ରେହମାନଙ୍କୁ ୧୩୧ ଖଣ୍ଡ ଭୋଟ ମିଳିଛି ଓ ୬ଟି ଭୋଟ ନାକଚ ହୋଇଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବେଲୁଚିସ୍ତାନର ନବ ନିର୍ବାଚିତ ସାଂସଦ ଦେଇଥିବା ୬୦ ଭୋଟରୁ ୪୫ ଖଣ୍ଡ ଆଲଭିଙ୍କୁ ମିଳିଛି। ପିପିପିର ଗଡ଼ କୁହାଯାଉଥିବା ସିନ୍ଧ ବିଧାନସଭାରେ ଅହସାନଙ୍କୁ ୧୦୦ ଭୋଟ, ଅଲଭିଙ୍କୁ ୫୬ ଏବଂ ରେହମନାଙ୍କୁ ମାତ୍ର ଖଣ୍ଡିଏ ଭୋଟ ମିଳଛି। ସେହିପରି ପଖ୍‍ତୁନଖ୍ୱା ବିଧାନସଭାରେ ୧୦୯ ଖଣ୍ଡ ଭୋଟରୁ ଅଲଭିଙ୍କୁ ୭୮, ରହମାନଙ୍କୁ ୨୬ ଏବଂ ଅହସାନଙ୍କୁ ୫ ଖଣ୍ଡ ଭୋଟ ମିଳିଛି। ପାକିସ୍ତାନ ରାଷ୍ଟ୍ରପତି ମାମନୁନ ହୁସେନ୍‍ଙ୍କ କାର୍ଯର୍୍ୟକାଳ ସେପ୍ଟେମ୍ବର ୮ରେ ଶେଷ ହେଉଛି। ସେ ପୁନଃ ରାଷ୍ଟ୍ରପତି ଦାୟିତ୍ୱ ବହନ କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ଉଲ୍ଲେଖ ଯେ ୬୯ ବର୍ଷିୟ ଡ. ଆରିଫ ଆଲଭି ପିଟିଆଇ ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ।

Leave A Reply