www.samajalive.in
Monday, December 8, 2025
14.1 C
Bhubaneswar

ଗେଣ୍ଡୁ ଫୁଲ ଚାଷ ବୁଲି ଦେଖିଲେ ଜିଲାପାଳ

ଫୁଲବାଣୀ : ଦିନକୁ ଦିନ ସବୁ ଆଡ଼େ ଗେଣ୍ଡୁ ଫୁଲର ଚାହିଦା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଗତ ବର୍ଷ ଠାରୁ ଗେଣ୍ଡୁ ଫୁଲ ଚାଷ ଆରମ୍ଭ ହୋଇଛି ।ପ୍ରଥମେ ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଇଥିଲା। ଫୁଲ ଚାଷ କରି  ସଫଳ ମଧ୍ୟ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜିଲାରେ ୩୦୦ ଏକର ଜମିରେ ଫୁଲ ଚାଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ଜିଲାପାଳ ଅମ୍ରିତ ଋତୁରାଜ କହିଛନ୍ତି । ଖଜୁରୀପଡ଼ା ବ୍ଲକ ଟିଟ୍ରା ପଙ୍ଗାଠାରେ ୭ ଏକର ଜମିରେ ଏକ ଲକ୍ଷ ବାର ହଜାର ଗେଣ୍ଡୁଫୁଲ ଚାରା ଲଗା ଯାଇଥିବା  ବୁଲି ଦେଖିଥିଲେ ଜିଲାପାଳ ଅମ୍ରିତ୍ ଋତୁରାଜ । ଏସବୁ ଯେପରି ନଷ୍ଟ ନ ହେବ ସେଥିପାଇଁ ଯଥେଷ୍ଟ ପାଣିର ବ୍ୟବସ୍ଥା ,ଗୋରୁ ଗାଈ ,ମାଙ୍କଡକୁ ଆକଟ କରିବା ସହିତ ଉଚିତ୍ ଯତ୍ନ ନେବା ପାଇଁ ଚାଷୀମାନଙ୍କୁ  ପରାମର୍ଶ ଦେଇଥିଲେ । ବେରୋଜଗାର ଦୂର କରି ଲୋକଙ୍କୁ ରୋଜଗାର ଯୋଗାଇ ଦେବା ଉଦ୍ଦେଶ୍ୟରେ  ଫୁଲବାଣୀ ଆଇଟିଡିଏ  ପକ୍ଷରୁ ସ୍ବାବଲମ୍ବୀ କରିବା ପାଇଁ ଫୁଲ ଚାଷ ଉପରେ ଗୁରୁତ୍ବ ଦେଇ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଫୁଲ ଚାଷରେ ପରିଶ୍ରମ କମ୍ ଏବଂ ଲାଭ ଅଧିକ ହେଉଥିବାରୁ ଏହି ଚାଷ ପ୍ରତି ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ଦେବଯାନୀ ଭୂୟାଁ  କହିଛନ୍ତି । ଜିଲାପାଳଙ୍କ ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ସମେତ ପି. ମୁରଲୀ ମୋହନ ପ୍ରକଳ୍ପ ପରିଚାଳକ, ଶୁଭଶ୍ରୀ ମହାନ୍ତି, ଗୁପ୍ତା ଖିଲା, ଶ୍ରୀପତି ପାତ୍ର, ପ୍ରଦୀପ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories