ମ,ରାମପୁର: କଳାହାଣ୍ଡି ଜିଲ୍ଲା ପାଇଁ ପୁଣି ଥରେ ମାନସ ଆଣିଛନ୍ତି ଗୌରବ। ଏକ ଛୋଟ ଗାଁ ବେଲୁର ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନସଙ୍କୁ ରୌପ୍ୟ ପଦକ ମିଳିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ଗୋଛା ଡେଙ୍ଗେନ୍ ପଞ୍ଚାୟତର ବେଲୁର ଗ୍ରାମର ପତି ରାମ ମାଝୀ ଓ ମମତା ମାଝୀଙ୍କ ପୁତ୍ର ମାନସ ରଞ୍ଜନ ମାଝୀ ଜାତୀୟ କ୍ରୀଡା ପ୍ରତିଯୋଗିତା (ଇଷ୍ଟ ଜୋନ) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତକାଲି ଓ ଆଜି ଅନୁଷ୍ଠିତ ହେଇଥିବା କ୍ରୀଡା ପ୍ରତିଯୋଗିତାର ଲମ୍ବ ଡିଆଁ, ଷାଠିଏ ମିଟର ଓ ଛଅ ଶହ ମିଟର ଦୌଡ, ହଡଳସ, ସର୍ଟ ଫୁଟରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଛନ୍ତି। ଏହି ପ୍ରତିଯୋଗୀତାରେ ଓଡ଼ିଶା, ଆସାମ, ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ, ସିକିମ ରାଜ୍ୟର ପ୍ରତିଯୋଗିତା ମାନେ ଅଂଶ ଗ୍ରହଣ କରିଥିଲେ।
Comments are closed.