www.samajalive.in
Tuesday, December 9, 2025
17.1 C
Bhubaneswar

ଗାଜା ଭଳି ଲେବାନନରେ ହେବ ଧ୍ବଂସଲୀଳା- ଭିଡିଓ ବାର୍ତ୍ତା ଜାରି କରି ଚେତାବନୀ ଦେଲେ ନେତାନ୍ୟାହୁ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ନିପାତ କରିବା ପରେ ପରିସ୍ଥିତି ଅଧିକ ସଙ୍କଟଜନକ ହୋଇଛି। ଇରାନ ବି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। କିନ୍ତୁ ଇସ୍ରାଏଲ ଏହାର ଜବାବ ଦେଇନାହିଁ। ହେଲେ ଲେବାନନରେ କାୟା ବିସ୍ତାର କରିଥିବା ହେଜବୋଲ୍ଲା ପକ୍ଷରୁ ବି ଇସ୍ରାଏଲ ଉପରେ ଆକ୍ରମଣ ଜାରି ରହିଛି। ଗାଜାପଟିରେ ଯେପରି ଇସ୍ରାଏଲ ପଶି ହମାସ ଆତଙ୍କବାଦୀଙ୍କୁ ସଫା କରିଛି, ଠିକ୍‌ ସେହିପରି ଲେବାନନରେ ଧ୍ବଂସଲୀଳା ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରି କରି ଲେବାନନ ନାଗରିକଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

ଅନ୍ୟପଟେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଲେବାନନରେ ପ୍ରବେଶ କରି ହେଜବୋଲ୍ଲା ଠିକଣା ଉପରେ ଆକ୍ରମଣ କରୁଛି। ଆକାଶପଥ ଏବଂ ସ୍ଥଳପଥରେ ଆକ୍ରମଣ ଜାରି ରହିଥିବାବେଳେ ଏବେ ଆଇଡିଏଫ ସମୁଦ୍ର ପଥରେ ଲେବାନନ ଉପରେ ଆକ୍ରମଣ କରିବାକୁ ଯୋଜନା ଚଳାଇଛି।

- Advertisement -

ଭୂମଧ୍ୟ ଶାଗରରେ ପ୍ରାୟତଃ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଛୋଟ ଟୋଟ ଡଙ୍ଗାରେ ଯାଇଥାଆନ୍ତି। କିନ୍ତୁ ଇସ୍ରାଏଲ ମତ୍ସ୍ୟଜୀବୀକୁ ସମୁଦ୍ରକୁ ନ ଯିବାକୁ ସିଧାସଳଖ ମନା କରିଛି। ସେମାନେ ସମୁଦ୍ର ଭିତରକୁ ଗଲେ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି। ତେଣୁ ଇସ୍ରାଏଲ ସମୁଦ୍ର ପଥରେ ଆକ୍ରମଣ କରିବା ଏକ ପ୍ରକାର ନିଶ୍ଚିତ ​ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories