www.samajalive.in
Sunday, November 16, 2025
15.1 C
Bhubaneswar

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର ବିକାଶ କରାଯିବ – ବିଧାୟକ 

ସାକ୍ଷୀଗୋପାଳ: ଓଡ଼ିଆ ଜାତିର ମଉଡମଣୀ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ଆଜି ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ତଥା କର୍ମପୀଠ ସତ୍ୟବାଦୀରେ ମହା ସମାରୋହରେ ପାଳିତ ହୋଇଯାଇଛି। ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ, ସାମାଜିକ କର୍ମୀ ଓ  ଜନସାଧାରଣଙ୍କ ସମାବେଶ ହୋଇଥିଲା।

ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ଗୋପବନ୍ଧୁ ସ୍ମୃତି ପରିଷଦ ତରଫରୁ ଅନୁଷ୍ଠିତ ସାଧାରଣ ସଭାରେ ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।  ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ନିକଟରେ ଏକ ଯାତ୍ରୀ ବିଶ୍ରାମାଗାର ଓ ପାନ୍ଥ ନିବାସ ନିର୍ମାଣ କରାଯିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଉତ୍କଳମଣିଙ୍କ ଜନ୍ମ ଦିବସକୁ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ସରକାରୀ ଭାବରେ ପାଳନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ମିଶ୍ର ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର ବାକି ରହି ଯାଇଥିବା  କାର୍ଯ୍ୟ  ସମ୍ପୂର୍ଣ୍ଣ କରାଯିବ। ଆଉ ଯାହା ଯାହା ଆବଶ୍ୟକ ରହିଅଛି ତାହା ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ  କହିଥିଲେ, ଉତ୍କଳମଣିଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ ହୋଇ ସମାଜ ସେବା  କରିବା ଆବଶ୍ୟକ। ଉତ୍କଳମଣିଙ୍କ ଜନ୍ମ ଦିବସକୁ ଜାତୀୟ ଦିବସ ରୂପେ ପାଳନ କରାଯିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।

- Advertisement -

ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ, ସମାଧି ପୀଠ ଓ ବକୁଳ ବନ ପରିସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ସାକ୍ଷୀଗୋପାଳ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ  ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟ, ଯୁବ ସଭାପତି ଶରତ ରାଉତରାୟ, ବାଉରୀ ବନ୍ଧୁ ମହାପାତ୍ରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ସମିତି ସଭ୍ୟାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ତତ୍ତ୍ୱାବଧାନରେ ପଞ୍ଚସଖା ସମାଧି ପୀଠ ପରିସରରେ ଏକ ସର୍ବାଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଆସିଥିବା ବିଭିନ୍ନ ଧର୍ମର ଧର୍ମ ଗୁରୁ ମାନେ ବେଦ, ବାଇବେଲ, କୋରାନ,ମହିମା ଧର୍ମ ଓ ବୌଦ୍ଧ ଧର୍ମ ପାଠ କରିଥିଲେ। ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, କାହ୍ନୁ ଚରଣ ପ୍ରଧାନ, ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ସଭାପତି ସୁବାଷ ଚନ୍ଦ୍ର ମହାପାତ୍ର, ଲିପ୍ତି ରଞ୍ଜନ ପ୍ରଧାନ, ଆଦର୍ଶ ମିଶ୍ରଙ୍କ ସମେତ  ଅନ୍ୟମାନେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହରିଚନ୍ଦନ ଉତ୍କଳମଣିଙ୍କ ଜନ୍ମପୀଠ ଓ ସମାଧି ପୀଠ ସମେତ ସମସ୍ତ ସ୍ଥାନରେ ମାଲ୍ୟାର୍ପଣ କରି ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ପୃଥକ ପୃଥକ ଶୋଭାଯାତ୍ରା କର୍ମପୀଠ ସତ୍ୟବାଦୀରୁ ବାହାରି ଜନ୍ମପୀଠ ସୁଆଣ୍ଡୋରେ ପହଞ୍ଚିଥିଲା। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା। ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘରେ, ସ୍ମୃତି ମଣ୍ଡପ, ଐତିହ୍ୟ ବିକାଶ ପ୍ରକଳ୍ପର ସଂଗ୍ରହାଳୟ ଓ ସଂକଳ୍ପ ପୀଠ, କାଦୁଆ ଆଶ୍ରମ, ବସ୍‌ଷ୍ଟାଣ୍ଡ ପଞ୍ଚସଖା, ସାକ୍ଷୀଗୋପାଳ ମନ୍ଦିର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ କଲେଜ, ବିଭିନ୍ନ ବିଦ୍ୟାଳୟ, ଓଡ଼ିଆ ବିଶ୍ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସାରଙ୍ଗଯୋଡି ଓ ଗକୁଣ୍ଡ ମଣ୍ଡପରେ ପୂଣ୍ୟାତ୍ମଙ୍କ ପ୍ରତିମୂର୍ତ୍ତି, ସମାଧିପୀଠ ଓ ଶେଷନିଶ୍ବାସ ତ୍ୟାଗ ପୀଠରେ ମାଲ୍ୟାର୍ପଣ କରି ବିଭିନ୍ନ ବର୍ଗର ଲୋକେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା , ଜିଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପ୍ସା ରାୟ ପ୍ରମୁଖ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ।ମା’ କ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ପରିଷଦ ଓ କୈଳାସ ଗୋଟିପୁଅ ନୃତ୍ୟ ପରିଷଦ ଆନୁକୁଲ୍ୟରେ ସାରଙ୍ଗଯୋଡ଼ି ହାଟରୁ ସୁଆଣ୍ଡୋ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ କଳାକାରମାନେ ସାମିଲ ହୋଇଥିଲେ।

ସୁଆଣ୍ଡୋ ସେତୁ ସଂଗଠନ ତରଫରୁ ଆବାହକ ଗୋବିନ୍ଦ ମହାପାତ୍ର ଓ ସତ୍ୟବାଦୀ ଜୟ ସିଂ ଙ୍କ ନେତୃତ୍ୱରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାକାରୀ ମାନେ ଉତ୍କଳମଣିଙ୍କ ରଚିତ କାରା କବିତା ଗାନ କରି ସୁଆଣ୍ଡୋ ପର୍ଯ୍ୟନ୍ତ ଯାଇଥିଲେ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories