www.samajalive.in
Friday, December 12, 2025
27.1 C
Bhubaneswar

ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ପ୍ରବନ୍ଧ ପ୍ରତିଯୋଗିତା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ୧୪୮ ତମ ଜୟନ୍ତୀ ଏବଂ ୭୦ ତମ ବନ୍ୟାପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରମ୍ଭା ବନାଞ୍ଚଳ ବନ୍ୟପ୍ରାଣୀ ଅଧିକାରୀ ରଶ୍ମିତା ଜେନା, ମୁଖ୍ୟ ବକ୍ତା ଭାବେ ହୁମା ସଲ୍ଟ କଲେଜ ଅଧକ୍ଷ ନିରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ରେଶପଣ୍ଡ ଟ୍ରଷ୍ଟର ଅଧକ୍ଷ ସ୍ୱସ୍ତିକ ସୁନ୍ଦର ସିଅ, ପୂର୍ବତନ ସରପଞ୍ଚ ତଥା କମ୍ୟୁନିଷ୍ଟ ନେତା ଦିଲୀପ ଛୋଟରାୟ, ଶିକ୍ଷାବିତ ପୁର୍ଣ ଚନ୍ଦ୍ର ପଣ୍ଡା,ବନପାଳ ବଳରାମ ସାହୁ, ବନପାଳ, ଯୋସ ନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ତାଙ୍କ ବକ୍ତବ୍ୟ ରେ ଗୋପବନ୍ଧୁ ଙ୍କ ଜୀବନୀ ଏବଂ ତାଙ୍କର ଏହି ସମାଜ ପ୍ରତି ରହିଥିବା ତ୍ୟାଗ ଓ ସେବା ଉପରେ ଆଲୋଚନା କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପିଲାମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ସଭା ପୂର୍ବରୁ ଅତିଥି ମାନେ ସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories