www.samajalive.in
Friday, December 12, 2025
19.1 C
Bhubaneswar

ରସାୟନ ବିଜ୍ଞାନରେ ବେକର, ହାସାବିସ୍ ଓ ଜମ୍ପରଙ୍କୁ ନୋବେଲ

ସମାଜ ଡିଜିଟାଲ ଡେସ୍କ: ରସାୟନ ବିଜ୍ଞାନରେ ୨୦୨୪ ପାଇଁ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିଛି ନୋବେଲ ପୁରସ୍କାର। ଏହି ୩ ବୈଜ୍ଞାନିକ ହେଲେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ ଏମ. ଜମ୍ପର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ବେକରଙ୍କୁ ପୁରସ୍କାର ମିଳିଥିବାବେଳେ ହାସାବିସ ଏବଂ ଜମ୍ପରଙ୍କୁ ପ୍ରୋଟିନ ଗଠନ ପ୍ରାଣାଳୀର ପୂର୍ବାନୁମାନ(ପ୍ରୋଟିନ ଷ୍ଟ୍ରକ୍ଚର ପ୍ରେଡିକ୍ସନ) କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରୟାଲ ସ୍ଵିଡିଶ ଏକାଡେମୀ ଅଫ ସାଇନ୍‌ସେସ୍‌ର ନୋବେଲ କମିଟି ପକ୍ଷରୁ ଏହି ୩ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଜନ୍‌ ହୋପଫିଲ୍ଡ ଏବଂ ଜିଓଫ୍ରେ  ହିଣ୍ଟନ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories