www.samajalive.in
Saturday, December 6, 2025
15.1 C
Bhubaneswar

ପୁଲୱାମା ଆକ୍ରମଣରେ ପାକିସ୍ତାନ ଲିଙ୍କ୍‌ ନେଇ ତଥ୍ୟ ମିଳିଲା; ସୀମା ଆରପଟୁ ଆସିଥିଲା ବିସ୍ଫୋରକ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆକ୍ରମଣର ବ୍ଲୁପ୍ରିଣ୍ଟ୍ର ପ୍ରସ୍ତୁତଠାରୁ ଆରମ୍ଭ କରି ଏହାକୁ ଚୂଡ଼ାନ୍ତ ଦେବାରେ ଜୈଶ ଆତଙ୍କାବାଦୀ ସଂଗଠନର ୪ରୁ ୫ଜଣ ଆଙ୍କବାଦୀଙ୍କ ସମ୍ପୃକ୍ତି ରହିଛି ବୋଲି ଏନଆଇଏ ତଦନ୍ତରୁ ଜାଣିବାକୁ ପାଇଛି। ଏହା ସହ ଆକ୍ରମଣ ପଛରେ ପାକିସ୍ତାନର ଲିଙ୍କ ରହିଥିବା ନେଇ ବଳିଷ୍ଠ ତଥ୍ୟ ଏନଆଇଏ ହାତରେ ଲାଗିଛି। ଆକ୍ରମଣରେ ବ୍ୟବହୃତ ବିସ୍ଫୋରଣ ସୀମା ଆରପଟୁ ଆସିଥିବା ଜଣାପଡ଼ିଛି। ଆକ୍ରମଣକାରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନ ଥିଲେ ମଧ୍ୟ ଆଗାମୀ ୨ ସପ୍ତାହ ମଧ୍ୟରେ ଏହାର ପର୍ଦ୍ଦାଫାଶ ହେବ ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି।

ଏନଆଇଏ ସୂଚନା ଅନୁସାରେ, ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ ମାରୁତି ଇକୋ କାରଟିର ମାଲିକଙ୍କୁ ଚିହ୍ନଟ କରାଯାଇସାରିଛି। କିନ୍ତୁ ସେ ଫେରାର ଅଛନ୍ତି। ୮ବର୍ଷ ତଳେ କାଶ୍ମୀରରୁ ଉକ୍ତ ଗାଡ଼ି କିଣାଯାଇଛି। ଗାଡ଼ି ମାଲିକଙ୍କ ଜାଣତରେ ଆତଙ୍କବାଦୀମାନେ ତାହାକୁ ବ୍ୟବହାର କରୁଥିଲେ। ତଦନ୍ତର ସ୍ଥିତି ସମ୍ପର୍କରେ ଏନଆଇଏ ପକ୍ଷରୁ କୁହାଯାଇଛି ଯେ, ଘଟଣା ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ଜଣାପଡ଼ିଛି। କାରରେ ୨୫ କିଲୋଗ୍ରାମ ଆରଡିଏକ୍ସ ରହିଥିଲା। ତାହାକୁ ଏକ କଣ୍ଟେନରରେ ରଖାଯାଇଥିଲା। ଉକ୍ତ ବିସ୍ଫୋରକ ସୀମା ଆରପଟୁ ଅଣାଯାଇଛି। ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଅହମ୍ମଦ ଦାର ଗତବର୍ଷ ମାର୍ଚ୍ଚରୁ ନିଖୋଜ ହେବା ପରେ ଜୈଶ ସଂଗଠନରେ ସାମିଲ ହୋଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଗତବର୍ଷ ସିଆରପିଏଫ ଯବାନମାନେ କାକାପୁରାରେ ଥିବା ଆଦିଲଙ୍କ ଏକ ଘର ପୋଡ଼ିଦେବା ପରେ ସେ ସୁରକ୍ଷା କର୍ମୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।

- Advertisement -

ଜୈଶର କେତେକ ଷ୍ଟେଟମେଣ୍ଟଙ୍କୁ ତଦନ୍ତକାରୀ ଅଧିକାରୀ ଯାଞ୍ଚ କରିଥିଲେ। ଗତବର୍ଷ ଜୁନ ୨ରେ ଶ୍ରୀନଗରର ଫତେ କାଦଲ ଏବଂ ବାଦଶାହ ଚୌକରେ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏହାପରେ ଜୈଶ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଥିଲା ଯେ, ଯବାନମାନେ ଆମ ସହଯୋଗୀ ଆଦିଲ ଅହମ୍ମଦ ଦାରଙ୍କ ଘର ପୋଡ଼ିଦେଇ ଏକ ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି। ଯବାନମାନଙ୍କ ପ୍ରତ୍ୟେକ ଶିବିର ଆମ ଟାର୍ଗେଟରେ ରହିଛି ଏବଂ ସେସବୁକୁ ଜାଳି ଦିଆଯିବ। ଆଦିଲଙ୍କ ଘର ପୋଡ଼ିଦିଆଯିବା ପରେ ସେ ଆତଙ୍କବାଦୀଙ୍କ ସଂସ୍ପର୍ଶରେ ଆସି ଜୈଶ ସଂଗଠନରେ ଯୋଗଦେଇଥିବା ତଦନ୍ତ ଅଧିକାରୀ ସନ୍ଦେହ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories