ନୂଆପଡ଼ା: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଉଦବୋଧନ ଦେଇ କହିଥିଲେ, ‘କାଳିଆ’ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି, ଏପ୍ରିଲ ୧ରେ ଦ୍ୱିତୀୟ କିସ୍ତି ‘କାଳିଆ ଟଙ୍କା’ ମିଳିବ ବୋଲି ମଧ୍ୟ କହିଛନ୍ତି। ଏହା ଛଡ଼ା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି ଓ କେନ୍ଦ୍ର ସରକାର ୬ ହଜାର ପରିବର୍ତ୍ତେ ୧୦ହଜାର ଟଙ୍କା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ; ୨୩୮ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
Popular Categories



