www.samajalive.in
Saturday, December 6, 2025
14.1 C
Bhubaneswar

ଝିଅଙ୍କ ନାମରେ ନାମିତ ହେଉଛି ଦୋକାନ, ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ‘ବେଟି ବଚାଓ, ବେଟି ପଢାଓ’ ପରେ ଏକ ରାଜ୍ୟରେ ‘ହାମାରେ ଗାଓଁ କି ବେଟି, ହାମାରି ସାନ’ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନା ଅନୁଯାୟୀ ଗାଁର ସମସ୍ତ ଦୋକନାରେ ଝିଅମାନଙ୍କ ନାମ ଲେଖାଯାଇଛି । ପରିବାରରେ ପୁଅଙ୍କ ଭଳି ଝିଅମାନଙ୍କୁ ମଧ୍ୟ ଅଧିକ ଗୁରୁତ୍ବ ଦେବାକୁ ଏହି ଯୋଜନାର ଲକ୍ଷ୍ୟ ରହିଛି । ଏହା ଦ୍ବାରା ଝିଅଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ଏଭଳି ଏକ ସ୍ବତନ୍ତ୍ର ଯୋଜନା ହିମାଚଳ ପ୍ରଦେଶର ଉନାରେ ଲାଗୁ କରାଯାଇଛି ।

ପୂର୍ବରୁ ନିଜ ପୁଅମାନଙ୍କ ନାମରେ ଦୋକାନ ନାମକରଣ କରାଯାଉଥିବା ବେଳେ ଏହି ଯୋଜନା ଲାଗୁ ହେବା ପରେ ବର୍ତ୍ତମାନ ଗାଁରେ ସମସ୍ତ ଦୋକାନ ଝିଅଙ୍କ ନାମରେ ନାମିତ ହେଉଥିବା ଦେଖିବାକୁ ମିଳିଛି । ସେଠାରେ ଥିବା ଦୋକାନ ଗୁଡିକ ନାମ ଅର୍ଚ୍ଚିତା ନବ ଦୁର୍ଗା ବ୍ୟୁଟି ସେଲୁନ, ପଲ୍ଲବୀ ବଶିଷ୍ଠ ଅଟୋ କେୟାର, ମେଘା ପିଜା ହଟ୍, ନାଜିଆ ଶୁଜ ଆଣ୍ଡ ଚପଲ ହାଉସ ଇତ୍ୟାଦି । ଦୋକାନରେ ଲଗାଯାଉଥିବା ନେମ ପ୍ଲେଟ ମାମୁଲି ଦେଖା ଯାଉଥିଲେ ମଧ୍ୟ ଝିଅମାନଙ୍କୁ ଏହା ସ୍ବତନ୍ତ୍ର ଅଧିକାର ଏବଂ ପରିଚୟ ଦେଇଛି।

- Advertisement -

ମହିଳା ଏବଂ ବାଳ ବିକାଶ ଜିଲ୍ଲା ପ୍ରୋଗ୍ରାମିଙ୍ଗ ଅଧିକାରୀ ସତନାମ ସିଂହଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଲୋକାମାନେ ଏହାକୁ ବିରୋଧ କରୁଥିଲେ ଏବଂ ଏହାକୁ ମାନିବାକୁ ନାରାଜ ଥିଲେ । କିନ୍ତୁ ପରେ ଧୀରେ ଧୀରେ ଲୋକମାନେ ଏହାକୁ ଗ୍ରହଣ କରିବା ସହ ନିଜ ଝିଅମାନଙ୍କ ନାମରେ ଦୋକାନର ନାମ ରଖିଲେ । ଅଧିକାରୀଙ୍କ କହିବା ଅନୁଯାୟୀ, ଏହା ଦ୍ୱାରା ଝିଅମାନେ ସଶକ୍ତ ହୋଇପାରିବେ । ପ୍ରତି ପଚାଂୟତରେ କୁହାଯାଇଛି ଯେ, ସେମାନେ ତିନି ଜଣ ଝିଅଙ୍କ ନାମ ଦିଅନ୍ତୁ ସେମାନଙ୍କର ଫଟୋ ପୋଷ୍ଟରରେ ଲଗାଯିବ । ଯେଉଁଥିରେ ‘ହାମାରେ ଗାଓଁ କି ବେଟି, ହାମାରି ସାନ’ ଫଳକରେ ଲେଖାଯିବ ।

ଅମ୍ବୋଆ ଗ୍ରାମର ପ୍ରୀତିଶର୍ମା ନାମକ ଜଣେ ଝିଅର ଫଟୋ ପୋଷ୍ଟର ଲାଗିଛି । ସେ ଏମବିବିଏସ ପଢି ସାରିଛନ୍ତି ଏବଂ ବର୍ତ୍ତମାନ ସେ ଏମଡି ପାଇଁ ପ୍ରସ୍ତୁତ ହେଉଛନ୍ତି । ଘର ବାହାରେ ଲାଗୁଥିବା ଫଳକରେ ମଧ୍ୟ ପରିବର୍ତ୍ତନ କରାଯାଇ ମହିଳାମାନଙ୍କ ନାମ ରଖାଯାଉଥିବା ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories