ଦାଢି କାଟିବା ପରେ ଆପଣାନ୍ତୁ ଏହି ଘରୋଇ ଉପାୟ : ଦୂର ହେବ ଶୁଷ୍କତା ପାଇବେ ଉଜ୍ବଳ ଚେହେରା

0

ସାଧାରଣତଃ ଏକ ଭଲ ଚେହେରା ପାଇବା ପାଇଁ ପୁରୁଷମାନଙ୍କୁ ନିୟମିତ ବ୍ୟବଧାନରେ ନିଶ ଦାଢି କାଟିବାକୁ ପଡ଼ିଥାଏ। କିନ୍ତୁ ଦାଢି କାଟିବା ଦ୍ବାରା ତ୍ବଚାରେ ଜଳାପୋଡ଼ା ହେବା ସହ ତ୍ବଚା ରୁକ୍ଷ ହୋଇଯାଇଥାଏ। ଏହି ଯନ୍ତ୍ରଣା ଓ ରୁକ୍ଷତାରୁ ରକ୍ଷା ପାଇବା ପାଇଁ ପୁରୁଷମାନେ ଅନେକ କ୍ରିମ୍ ବା ଲୋଶନର ବ୍ୟବହାର କରିଥାଆନ୍ତି। ହେଲେ ଲୋଶନ ଆଦିରେ କେମିକାଲ୍ ଥିବାରୁ ଏହାକୁ ଅଧିକ ବ୍ୟବହାର କଲେ ତ୍ବଚା ଶୁଷ୍କ ହେବା ସହ ଅଧିକ ଖରାପ ହୋଇଥାଏ। ତେବେ ଏପରି କିଛି ଘରୋଇ ଉପଚାର ରହିଛି, ଯାହାକୁ ଆପଣାଇବା ଦାଢି କାଟିବା ପରେ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ତ୍ବଚାର ନମନୀୟତା ଓ କୋମଳତା ବଜାୟ ରଖିପାରିବେ।

ଘିକୁଆଁରୀ :
ଘିକୁଆଁରୀରେ ଆଣ୍ଟି ଇମଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଦାଢି କାଟିବା ପରେ ହେଉଥିବା ଜ୍ବଳନ କମ୍ କରିବାରେ ସାହାଯ୍ୟ କରିଥାଏ। ଦାଢି କାଟିବା ପରେ ଘିକୁଆଁରୀ ଜେଲକୁ ଚେହେରାରେ ଭଲଭାବେ ଲଗାନ୍ତୁ ଏବଂ ୧୦ ମିନିଟ୍ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବା ସହିତ ତ୍ବଚା ସୁରକ୍ଷିତ ରହିଥାଏ।

କଦଳୀ :
କଦଳୀରେ ଥିବା ମିନେରାଲ୍ସ ତ୍ବଚାକୁ ନରମ ଏବଂ କୋମଳ କରିଥାଏ। ଏହାଦ୍ବାରା ତ୍ବଚାର ଶୁଷ୍କତା ମଧ୍ୟ ଦୂର ହୋଇଥାଏ। ଦାଢି କାଟିବା ପରେ ପାଚିଲା କଦଳୀକୁ କାଟି ବା ଚକଟି ଚେହେରାରେ ମାଲିସ କରନ୍ତୁ। ଏହାପରେ ୧୦ ମିନିଟ୍ ପରେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ଚା’ ପତି :
ଦାଢି କାଟିବା ପରେ ଚା’ ପତିର ବ୍ୟବହାର ଖୁବ୍ ଲାଭପ୍ରଦ ହୋଇଥାଏ। ଏଥିରେ ରହିଥିବା ଟ୍ୟାନିକ ଏସିଡ୍ ତ୍ବଚାକୁ ଜ୍ବଳନ ଏବଂ ଲାଲ ପଡିବାରୁ ରକ୍ଷା କରିଥାଏ। ଏଥିପାଇଁ ଏକ ଟି ବ୍ୟାଗକୁ ଭିଜାଇ ଚେହେରାରେ ମାଲିସ କରନ୍ତୁ।

ହଳଦୀ ପାଣି:
ହଳଦୀ ପାଣିରେ ଆଣ୍ଟି ସେପ୍ଟିକ୍ ଗୁଣ ରହିଛି। ଏହାର ବ୍ୟବହାର ଦ୍ବାରା ଦାଢି କାଟିବା ପରେ କଟିଯିବା, ଛାଲି ହୋଇଯିବା ଏବଂ ଜ୍ବଳନରୁ ରକ୍ଷା ମିଳିଥାଏ। ଦାଢି କାଟିବା ପରେ ଏହାକୁ ତ୍ବଚାରେ ଲଗାଇବା ଦ୍ବାରା ଚେହେରା ଉଜ୍ବଳ ମଧ୍ୟ ହୋଇଥାଏ। ଏଥିପାଇଁ ଏକ କପ୍ ପାଣିରେ ଅଧା ଚାମଚ ହଳଦୀ ଗୋଳାଇ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ।

Leave A Reply