www.samajalive.in
Monday, December 8, 2025
14.1 C
Bhubaneswar

ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଆମ ସୀମାରେ ପଶି ପାରିନଥିଲା: ବିଏସ୍‍ ଧନୋଆ

ନୂଆଦିଲ୍ଳୀ : ବାଲାକୋଟ ଏୟାର ଷ୍ଟ୍ରାଇକ୍‍ ଦ୍ୱାରା ଭାରତୀୟ ବାୟୁ ସେନା (ଆଇଏଏଫ) ତାର ଲକ୍ଷ୍ୟ ହାସଲ କରିଥିଲା। କିନ୍ତୁ ପାକିସ୍ତାନ ଏଭଳି କରିପାରିନଥିଲା। ପ୍ରତି ଜବାବ ଦେବାକୁ ଆସିଥିବା ପାକିସ୍ତାନ ବାୟୁ ସେନାର କୌଣସି ବିମାନ ଭାରତ ବାୟୁ ସୀମାରେ ପ୍ରବେଶ କରିପାରିନଥିଲେ। କାର୍ଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଗ୍ୱାଲିୟର ବିମାନ ଘାଟିରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ବିଏସ୍‍ ଧନୋଆ।
ଧନୋଆ କହିଛନ୍ତି ଯେ ବାଲାକୋଟରେ ଭାରତୀୟ ବାୟୁ ସେନାର ବୋମା ମାଡ଼ର ପ୍ରତିଜବାବରେ ପାକିସ୍ତାନ ସେନା ଭାରତୀୟ ସୈନ୍ୟ ଠିକଣାକୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ଏହି କ୍ରମରେ ଫେବୃଆରୀ ୨୭ରେ ଭାରତୀୟ ସେନା ଠିକଣା ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ବିମାନ ଆସିଥିଲେ। ହେଲେ ସେମାନେ ଭାରତୀୟ ବାୟୁ ସୀମାକୁ ପ୍ରବେଶ କରିପାରିନଥିଲେ। ଭାରତୀୟ ବାୟୁ ସେନାର କଡ଼ା ଜବାବରେ ପାକିସ୍ତାନ ବିମାନ ଫେରିଯାଇଥିଲେ ଓ ତାଙ୍କ ଲକ୍ଷ୍ୟ ପୂରଣ ହୋଇପାରିନଥିଲା। ଉତ୍ତେଜନା ସତ୍ତ୍ବେ ଭାରତ ନିଜର ଏୟାର ଟ୍ରାଫିକକୁ ବନ୍ଦ କରିନଥିଲା। ଭାରତୀୟ ନାଗରିକ ସ୍ୱାଭାବିକ ଭାବେ ବିମାନ ଯୋଗେ ଯାତାୟତ କରିପାରୁଥିଲେ। କେବଳ ଫେବୃଆରୀ ୨୭ରେ ଶ୍ରୀନଗର ଏୟାର ଟ୍ରାଫିକକୁ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।
ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଏନ-୩୨ ବିମାନ ସମ୍ପର୍କରେ ପଚରାଯିବାରୁ ଧନୋଆ କହିଥିଲେ ଯେ ଆମ ପାଖରେ ଏଏନ-୩୨ର ବିକଳ୍ପ ନାହିଁ। ପାହାଡିଆ ଅଞ୍ଚଳରେ ଉଡ଼ାଣ ପାଇଁ ଏହି ବିମାନକୁ ବ୍ୟବହାର କରାଯାଏ। ତେଣୁ ଆଗକୁ ମଧ୍ୟ ଏଏନ-୩୨ ବିମାନ ପାହାଡ଼ ଅଞ୍ଚଳରେ ଉଡ଼ାଣ ଜାରି ରଖିବ।
ପ୍ରକାଶ ଯେ ୧୯୯୯ ଜୁନ ୨୪ରେ ଭାରତୀୟ ବାୟୁ ସେନା କାର୍ଗିଲର ଦ୍ରାସ ସେକ୍ଟରସ୍ଥିତ ଟାଇଗର ହିଲରେ ଥିବା ଅନୁପ୍ରବେଶକାରୀଙ୍କ ଉପରେ ଆକ୍ରମଣ କରିଥିଲା। ଏଥିପାଇଁ ମିରାଜ ୨୦୦୦ ବିମାନକୁ ବ୍ୟବହାର କରାଯାଇଥିଲା। ଜରୁରୀ ପରିସ୍ଥିତି ପାଇଁ ଗ୍ୱାଲିୟର ବିମାନ ଘାଟିରେ ୫ଟି ମିରାଜ, ୩ଟି ମିଗ ୨୧ ଏବଂ ଏକ ସୁଖୋଇ ୩୦ ଯୁଦ୍ଧ ବିମାନ ମୁତୟନ ରଖାଯାଇଥିଲା। ଏହା ଯୁଦ୍ଧ ରୂପେରେଖକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories