www.samajalive.in
Wednesday, December 10, 2025
23.1 C
Bhubaneswar

ମହାଶିବରାତ୍ରୀ ପାଳିଲେ ଏହି ପାକିସ୍ତାନ କ୍ରିକେଟର: ଭିଡ଼ିଓ ସେୟାର କରି ଲେଖିଲେ “ହର୍ ହର୍ ମହାଦେବ୍”

ଇସଲାମାବାଦ୍ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ଗତକାଲି କରାଚିରେ ମହାଶିବରାତ୍ରୀ ପାଳିଛନ୍ତି। ସେ ମହାଶିବରାତ୍ରୀ ଅବସରରେ କରାଚି ସ୍ଥିତ ଶ୍ରୀ ରତ୍ନେଶ୍ବର ମହାଦେବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ଏବଂ ଏହାର ଏକ ଭିଡ଼ିଓ ନିଜର ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାଦ୍ବାରା ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।
ଭିଡ଼ିଓ ସେୟାର କରି କାନେରିଆ ଲେଖିଛନ୍ତି ଯେ, ମହାଶିବରାତ୍ରୀ ଅବସରରେ ମୁଁ କରାଚି ସ୍ଥିତ ଶ୍ରୀ ରତ୍ନେଶ୍ବର ମହାଦେବ ମନ୍ଦିର ଯାଇ ମହାଦେବଙ୍କୁ ଦର୍ଶନ କରିଲି। ଭଗବାନ ଶିବ ଆପଣ ସମସ୍ଥଙ୍କୁ ସୁଖରେ ରଖନ୍ତୁ। ହର୍ ହର୍ ମହାଦେବ୍।
କାନେରିଆ ୨୦୧୨ରୁ ସ୍ପର୍ଟ ଫିକ୍ସିଂ ମାମଲାରେ ଫସି ଥିଲେ।
ଉଲ୍ଲେଖ ଯୋଗ୍ୟ, କିଛି ଦିନ ପୂର୍ବେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ଚାଟ୍ ଶୋରେ କହିଥିଲେ ଯେ, ଦାନିଶ କାନେରିଆ ହିନ୍ଦୁ ହୋଇଥିବା କାରଣରୁ ପାକିସ୍ତାନୀ କ୍ରିକେଟରମାନେ ତାଙ୍କ ସହ ପାତର ଅନ୍ତର କରୁଥିଲେ। ଏନେଇ ମୁଁ ଦୁଇରୁ ତିନି ଜଣଙ୍କ ସହ ଝଗଡା ମଧ୍ୟ କରିଥିଲି। ଯେତେବେଳେ ସେମାନେ କରାଚି, ପେଶାୱର, ପଞ୍ଜାବର କଥା ହେଉଥିଲେ ମତେ ବହୁତ ରାଗ ଲାଗୁଥିଲା । ଯଦି ଜଣେ ହିନ୍ଦୁ ତାହେଲେ ଅସୁବିଧା କେଉଁଠି, ସେ ଖେଳିବ ନିଶ୍ଚୟ । ସେହି ହିନ୍ଦୁ ହଁଁ ତୁମକୁ ଟେଷ୍ଟ ସିରିଜ ଜିତାଇଛି।
ସେ ଆହୁରି ମଧ୍ୟ କହିଥିଲେ, କିଛି ଖେଳାଳି ମୋତେ କହିଥିଲେ ଯେ, ଦାନିଶ ଏଠାରୁ କାହଁକି ଖାଇବା ନେଉଛି । ମୁଁ କହିଲି ମୁଁ ତୁମକୁ ଏଠାରୁ ଉଠାଇ ବାହାରକୁ ଫୋପାଡି ଦେବି । ଅଧିନାୟକ ତୁମେ ନିଜ ଘରେ ହୋଇଥିବା । ସେ ତୁମକୁ ୱିକେଟ ଆଣି ଦେଉଛି । ତୁମେ ତାକୁ ଏଭଳି କହୁଛ। ଇଂଲଣ୍ଡରେ ଦାନିଶ ଓ ସାମି ହିଁ ଆମକୁ ସିରିଜ ଜିତାଇ ଥିଲେ । ଦାନିଶ ହିନ୍ଦୁ ଥିଲା ବୋଲି ତା ସହିତ ବହୁତ ଅନ୍ୟାୟ ହୋଇଛି । ଅନେକ ଖେଳାଳି ତା ସହ ଖାଇବାକୁ ବି ପସନ୍ଦ କରୁ ନଥିଲେ ବୋଲି ଅଖତର କହିଥିଲେ। ଏହାପରେ କାନେରିଆ ମଧ୍ୟ ଏକ ଭିଡ଼ିଓ ସେୟାର କରି ଏହା ସତ ବୋଲି କହିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories