www.samajalive.in
Sunday, December 7, 2025
23.1 C
Bhubaneswar

ଏସିଆ କପରେ ଭାରତକୁ ହରାଇବା ଆମର ଲକ୍ଷ୍ୟ : ସରଫରାଜ

କରାଚି : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସରଫରାଜ କହିଛନ୍ତି ଏସିଆ କପରେ ଭାରତକୁ ହରାଇବା ଆମର ଲକ୍ଷ୍ୟ। ଏସିଆ କପରେ ଭାରତଠାରୁ ଜିତି ଆମ ଦଳ ନିଜକୁ ମଜଭୁତ ମନେକରିବ। ପାକିସ୍ତାନ ଏସିଆ କପରେ ନିଜର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖରେ ହଙ୍ଗକଙ୍ଗ ବିପକ୍ଷରେ ଖେଳିବ। ଏହି ମ୍ୟାଚ ଦୁବାଇରେ ଖେଳାଯିବ। ପରେ ଦ୍ୱିତୀୟ ମ୍ୟାଚରେ ଦଳ ୧୯ ତାରିଖରେ ଭାରତକୁ ଭେଟିବ। ଏହାକୁ ନେଇ ସରଫରାଜ କହିଛନ୍ତି – ଆମ ଦଳ ମ୍ୟାଚ ପାଇ ଭଲ ଭାବେ ନିଜକୁ ପ୍ରସ୍ତୁତ କରୁଛି। ଭାରତ ବିପକ୍ଷ ମ୍ୟାଚ ଆମ ପାଇଁ ଟୁର୍ଣ୍ଣାମେଣ୍ଟର ପ୍ରଥମ ବଡ ମ୍ୟାଚ ହେବ। ଆମ ଦଳ ବିଜୟ ପାଇଁ ପ୍ରୟାସ କରିବ। କେବଳ ପ୍ରଥମ ମ୍ୟାଚ ନୁହେଁ ଭାରତ ବିପକ୍ଷ ପ୍ରତ୍ୟେକ ମ୍ୟାଚ ଆମ ପାଇଁ ମହତ୍ୱପୂର୍ଣ୍ଣ ରହିବ। ୟୁଏଇର ପିଚ୍‍ ସ୍ପିନରମାନଙ୍କ ପାଇଁ ସହାୟକ ହେବ। ତେଣୁ ମୁଁ ଭାବୁଛି ଆମ ସ୍ପିନର ସେଥିରେ ଭଲ ପ୍ରଦର୍ଶନ କରିବେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories