www.samajalive.in
Saturday, December 6, 2025
14.1 C
Bhubaneswar

ପୁଲିସ୍ ନାଁରେ ହତ୍ୟା ଅଭିଯୋଗ !

ଫୁଲବାଣୀ: କନ୍ଧମାଳ ପୁଲିସ୍ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆସିଛି। ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗାଡି ଚଢାଇ ଗୁରୁତର କଲେ ଏବଂ ତାପରେ ରାସ୍ତାରେ ପିଟି ପିଟି ଜୀବନରୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଡାଙ୍ଗଣାମ୍ ଘାଟି ରାସ୍ତାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡା ଗାଁର ଜ୍ୟେଷ୍ଟ ବଣ୍ଡକି । ସେ ଗଞ୍ଜେଇ ବେପାର ସହ ସମ୍ପୃକ୍ତ ଥିଲେ ବୋଲି କୁହାଯାଉଛି। ସେପଟେ ହତ୍ୟାକାଣ୍ଡକୁ ନେଇ ସଲାଗୁଡା ସରପଞ୍ଚ ବି ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କହିଛନ୍ତି ମୃତକଙ୍କ ବାଇକ୍ , ଟଙ୍କା ଏବଂ ବହୁ ନିଶା ସାମଗ୍ରୀ ପୁଲିସ୍ ନେଇଯାଇଛି। ଏବଂ ତାଙ୍କୁ ରାସ୍ତାକଡରେ ଫୋପାଡିଦେଇଛି। ଅନ୍ୟପଟେ ପୁଲିସ୍ ବିରୋଧରେ ଆସିଥିବା ଏହି ଅଭିଯୋଗ ଗୁରୁତର ସହକାରେ ନିଆଯାଇଛି। ଜଣେ ଡିଏସପିଙ୍କୁ ନୀରପେକ୍ଷ ତଦନ୍ତ ପାଇଁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories