ପାକିସ୍ତାନ ପାଇଁ ଚୀନର ଓକିଲାତି

0

ବେଜିଂ : ଆତଙ୍କବାଦୀ ମାମଲାରେ ପାକିସ୍ତାନକୁ ପୁଣି ଥରେ ଚୀନ ସୁରକ୍ଷା ପ୍ରଦାନ କରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନ ଉପରେ ଆର୍ଥିକ କଟକଣା ଲାଗୁ ପାଇଁ ଏଫଏଟିଏଫ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପାକିସ୍ତାନକୁ ୩ ମାସ ପର୍ଯ୍ୟନ୍ତ ଏଫଏଟିଏଫର ଗ୍ରେ ତାଲିକାରେ ରଖାଯାଇଛି । ଫଳରେ ପାକିସ୍ତାନର ସମସ୍ତ ଆର୍ଥିକ କାରବାରକୁ ଏବେ କଡ଼ା ଯାଞ୍ଚ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ ।

ଏଭଳି ସମୟରେ ପାକିସ୍ତାନ ଉପରେ ଚାପ ପକାଇବାକୁ ଆର୍ଥିକ କଟକଣା ଲାଗୁ କରାଯିବ ଉଚିତ ନୁହେଁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜେଙ୍ଗ ଶୁଆଙ୍ଗ କହିଥିଲେ ଯେ ‘ଆତଙ୍କବାଦୀ ବିରୋଧୀ ଲଢେଇରେ ପାକିସ୍ତାନ ସରକାର ଏବଂ ଲୋକେ ଅନେକ ବଳିଦାନ ଦେଇଛନ୍ତି ।

ପାକିସ୍ତାନ ଉପରେ ଆଙ୍କୁଠି ନଉଠାଇ ଏହାର ଆତଙ୍କବାଦ ବିରୋଧୀ ଲଢେଇକୁ ସମସ୍ତେ ନଜର ଦେବା ଆବଶ୍ୟକ । ଚୀନ ପାକିସ୍ତାନ ଆର୍ଥିକ କରିଡ଼ର (ସିପିଇସି) ପ୍ରକଳ୍ପ ଦୃଷ୍ଟିରୁ ପାକିସ୍ତାନକୁ ଚୀନ ସମର୍ଥନ ଜଣାଉଛି। ଏହା ବିଶ୍ୱ ଦରବାରରେ ସମସ୍ତଙ୍କୁ ଜଣାଥିବାରୁ ଚୀନର ଏଭଳି ପ୍ରୟାସର କୌଣସି ମୂଲ୍ୟ ନାହିଁ ବୋଲି ଅନେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ଏପଟେ ଚୀନ ନାଗରିକ ପାକିସ୍ତାନରେ ହତ୍ୟା ଓ ଆତଙ୍କବାଦର ଶିକାର ହେଉଛନ୍ତି ।

Leave A Reply