www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନକୁ ବିପିନ ରାୱତଙ୍କ ଚେତାବନୀ; ଆତଙ୍କବାଦକୁ ଅସ୍ତ୍ର କରି କାଶ୍ମୀର ଅକ୍ତିଆର ସମ୍ଭବ ନୁହେଁ

ନୂଆଦିଲ୍ଲୀ : ବିଶ୍ୱ ସମୁଦାୟର ବାରମ୍ବାର ତାଗିଦ ସତ୍ତ୍ବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନକୁ ଭାରତୀୟ ସେନା ମୁଖ୍ୟ ବିପିନ ରାୱତ୍‍ ଶନିବାର କଡ଼ା ଚେତାବନୀ ଦେଇଛନ୍ତି। ଜାମ୍ମୁ-କାଶ୍ମୀରରେ ଉତ୍ତେଜନା ବଳବତ୍ତର ରଖିବା ତଥା ରାଜ୍ୟର ଉନ୍ନତିରେ ବାଧା ସୃଷ୍ଟି କରିବା ଲାଗି ପାକିସ୍ତାନ ଆତଙ୍କବାଦ ଆପଣାଇଛି। ମାତ୍ର ଆତଙ୍କବାଦର ପଥ ଆପଣାଇ କାଶ୍ମୀର ଅକ୍ତିଆର କରିବା ସମ୍ଭବ ନୁହେଁ। ପାକ୍‍ର ଯେକୌଣସି ମନ୍ଦ ପଦକ୍ଷେପର କଡ଼ା ଜବାବ ଦେବାକୁ ଭାରତ ସମ୍ପୂର୍ଣ୍ଣ ଦକ୍ଷ। ପଦାତିକ ବାହିନୀ ଦିବସ ଅବସରରେ ନୂଆଦିଲ୍ଲୀଠାରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଦେଇ ରାୱତ୍‍ ଏହା କହିଛନ୍ତି।

ବିଗତ ମାସରେ ଭାରତ-ପାକ୍‍ ସୀମାରେ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଉପରେ ଆଉ ଏକ ‘ସର୍ଜିକାଲ ଷ୍ଟ୍ରାଇକ୍‍’ କରାଯାଇଥିବା ସେ ଏହି ଅବସରରେ ପ୍ରକାଶ କରିଛନ୍ତି। ଭାରତୀୟ ଯାବନଙ୍କ ବିରୋଧରେ ପାକିସ୍ତାନ ସେନା ଏବଂ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର କଡ଼ା ଯବାବ ଦେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି। ସେହିଭଳି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାରେ ପଥରଫିଙ୍ଗାଳୀଙ୍କ ଟେକାପଥର ମାଡ଼ରେ ପ୍ରାଣ ହରାଇଥିବା ୨୨ ବର୍ଷ ବୟସ୍କ ଯବାନଙ୍କ ମୃତ୍ୟୁ ସମ୍ବନ୍ଧରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ସମ୍ପୃକ୍ତ ଯବାନ ସୀମାନ୍ତରେ ଚାଲିଥିବା ରାସ୍ତା କାର୍ଯ୍ୟର ତଦାରଖ କରୁଥିଲେ। ଆକ୍ରମଣ ସମୟରେ କେତେକ ଲୋକ ପଥରଫିଙ୍ଗାଳୀଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର ନ କରିବାକୁ କହୁଥିବା ଶୁଣିବାକୁ ମିଳିଥିଲା।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories