www.samajalive.in
Friday, December 12, 2025
14.1 C
Bhubaneswar

ସଞ୍ଜୟ ମିଶ୍ର ଇଡ଼ିର ଅନ୍ତରୀଣ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ଭାରତୀୟ ରାଜସ୍ୱ ସେବା (ଆଇଆର୍‍ଏସ୍‍) ଅଧିକାରୀ ସଞ୍ଜୟ କୁମାର ମିଶ୍ରଙ୍କୁ କେନ୍ଦ୍ର ସରକାର ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ତାଙ୍କୁ ସଂସ୍ଥାର ମୁଖ୍ୟ ସ୍ୱତନ୍ତ୍ର ନିର୍ଦେଶକ ମଧ୍ୟ ନିଯୁକ୍ତ କରାଯାଇଛି। କର୍ଣ୍ଣାଲ ସିଂହ ଅଢେଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଇଡି ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ମିଶ୍ରଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ନିଯୁକ୍ତି ସମ୍ବନ୍ଧୀୟ କ୍ୟାବିନେଟ୍‍ କମିଟି ତାଙ୍କ ନିଯୁକ୍ତୁ ଅନୁମୋଦନ କରିଛି। ୧୯୮୪ ବ୍ୟାଚ୍‍ କେନ୍ଦ୍ରଶାସିତ ଅଞ୍ଚଳ ଆଇଆର୍‍ଏସ୍‍ ଅଧିକାରୀ ଦିଲ୍ଲୀଠାରେ ଆୟକର ବିଭାଗର ମୁଖ୍ୟ କମିସନର ଅଛନ୍ତି। ଇଡିର ମୁଖ୍ୟ ସ୍ୱତନ୍ତ୍ର ନିର୍ଦେଶକ ନିଯୁକ୍ତ ହେବାରେ ସେ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି। ସଂସ୍ଥାରେ ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ପଦବୀରେ ତାଙ୍କ ପୂର୍ବରୁ ୧୯୮୮ ବ୍ୟାଚ ଆଇଆର୍‍ଏସ୍‍ ଅଧିକାରୀ ସୀମାଚଳ ଦାସ ନିଯୁକ୍ତ ଥିଲେ। ଇଡି ମୁଖ୍ୟ ଭାବେ ମିଶ୍ରଙ୍କୁ ତିନି ମାସ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କ୍ୟାବିନେଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories