www.samajalive.in
Friday, December 12, 2025
23.1 C
Bhubaneswar

କୋଣାର୍କ ଉତ୍ସବ -୨୦୧୮ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ

କୋଣାର୍କ : କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ  ୨୯ତମ କୋଣାର୍କ ଉତ୍ସବ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଅର୍ଚନା ପଟ୍ଟନାୟକ, ପୁରୀ ଏସପି ଡଃ ସାର୍ଥକ ଷଡଙ୍ଗୀ ସମେତ ପୁରୀ ଜିଲାର ସମସ୍ତ ଵିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଆନ୍ତର୍ଜାତିକ ବାଲୁକା କଳା ପ୍ରତିଯୋଗିତା, ରାଜ୍ୟ ସ୍ତରୀୟ ମିନା ଵଜାର, ହସ୍ତତନ୍ତ ଵିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଧିକ ପୁଲିସ ଫୋର୍ସ ମୁତୟନ, ଵିଦ୍ୟୁତ୍ ଵ୍ୟବସ୍ଥା, ସ୍ଵାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସେବା, ପାର୍କିଂ ବ୍ୟବସ୍ଥା, ଵିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ ଦ୍ଵାରା ଚିତ୍ର କଳା ପ୍ରଦର୍ଶନୀ ସମେତ ଚଳିତ ବର୍ଷ କୋଣାର୍କ ଉତ୍ସବକୁ ଅଧିକ ସରସ ସୁନ୍ଦର କରାଯିବା ସହ ହକି ଵିଶ୍ବ କ୍ରୀଡ଼ାଵିତ ମାନଙ୍କ ଆଗମନ ଦୃଷ୍ଟିରୁ ଅଧିକ ପର୍ଯ୍ୟଟକ ତଥା ଵିଦେଶୀ ପର୍ଯ୍ୟଟକ ସମାଗମ ହେବେ ଵୋଲି ପର୍ଯ୍ୟଟନ ସଚିବ ଶ୍ରୀ ଦେବ ପ୍ରକାଶ କରିଛନ୍ତି। ଚଳିତବର୍ଷ  ଓଡିଶୀ, ଭାରତ ନାଟ୍ୟମ, କଥକ, କୁଚୁପୁଡି, ଶାସ୍ତ୍ରୀୟ ସ୍ବତନ୍ତ୍ର ନୃତ୍ୟ ଦେଶୀୟ ଓ ଆନ୍ତର୍ଜାତୀୟ କଳାକାର ମାନଙ୍କ ଦ୍ଵାରା ପରିବେଷିତ ହେଵ ଵୋଲି ଜଣାପଡିଛି।

Hot this week

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

Related Articles

Popular Categories