www.samajalive.in
Friday, December 5, 2025
20.1 C
Bhubaneswar

‘ଇଚ୍ଛା ହେଉଛି ମରିଯିବାକୁ..’, ନିଜ ପୁଲିସ କର୍ମୀଙ୍କୁ ମାଡ ମାରି ଲହୁଲୁହାଣ କଲା ପାକ୍ ସେନା

ଇସଲାମାବାଦ: ବିଶ୍ୱର ସବୁ ଦେଶର ସେନା ଅଛି, କିନ୍ତୁ ପାକିସ୍ତାନ ସେନା ପାଖରେ ଗୋଟିଏ ଦେଶ ଅଛି। ପାକିସ୍ତାନ ବିଷୟରେ ଏମିତିି କଥା ଖାଲିରେ କୁହାଯାଏନାହିଁ। ସରକାର ଗଢିବା ଓ ଭାଙ୍ଗିବାଠାରୁ ଆରମ୍ଭ କରି ଭାରତ ଭଳି ଦେଶମାନଙ୍କରେ ଆତଙ୍କବାଦ ବିସ୍ତାର କରିବା ପର୍ଯ୍ୟନ୍ତ ସବୁଥିରେ ଏହାର ଭୂମିକା ରହିଥାଏ। କେବଳ ଏତିକି ନୁହେଁ ନିଜ ଦେଶରେ ମଧ୍ୟ ସେ ତାଙ୍କ ସ୍ଥାନକୁ ସର୍ବୋଚ୍ଚ ବୋଲି ବିବେଚନା କରନ୍ତି ଏବଂ ଅନେକ ସମୟରେ ସାଧାରଣ ଲୋକଙ୍କୁ ହିଁ ଅତ୍ୟାଚାରର ଶିକାର ହେବାକୁ ପଡ଼େ। କିନ୍ତୁ ଏଥର ଘଟଣା କିଛି ଅଲଗା। ପାକିସ୍ତାନ ସେନା ସେଠାକାର ପଞ୍ଜାବ ପ୍ରଦେଶର ପୁଲିସକୁ ଅତି ନିର୍ମମ ଭାବେ ମାଡ ମାରିଛି ଏବଂ ଏହା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପୁଲିସ ଓ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ଯେ, କ’ଣ ସେନା ସବୁ ନିୟମଠୁ ଊର୍ଦ୍ଧ୍ବରେ ଏବଂ ସେ ଯାହାକୁ ପାରିବେ ତାକୁ ମାଡ ମାରିପାରିବେ?

ଏଭଳି ଘଟଣା ଘଟିଛି ପଞ୍ଜାବ ପ୍ରଦେଶର ବହାୱଲପୁର ସହରରେ। ଏଠାରେ ଜଣେ ସେନା ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେମାନେ ଗ୍ୟାଙ୍ଗଷ୍ଟର ଏବଂ ତାଙ୍କ ଘରେ ଅସ୍ତ୍ରଶସ୍ତ୍ର ରଖିଛନ୍ତି। ପୁଲିସ ଉଭୟଙ୍କ ବିରୋଧରେ ତଦନ୍ତ କରି ତାଙ୍କ ଘରେ ଚଢାଉ କରିଥିଲା ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏହାଦ୍ୱାରା ପାକିସ୍ତାନ ସେନା କ୍ରୋଧିତ ହୋଇଗଲା ଏବଂ ପ୍ରାୟ ୨୦ ଜଣ ସୈନିକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ସେଠାରେ ଥିବା ବିଭିନ୍ନ ଜିନିଷ ଭଙ୍ଗାରୁଜା କରିଥିଲେ ଏବଂ ପୁଲିସ କର୍ମଚାରୀମାନଙ୍କୁ ନିର୍ମମ ଭାବେ ମାଡ ମାରିଥିଲେ। ଅନେକ ପୁଲିସ କର୍ମୀ ଏଥିରେ ଲହୁଲୁହାଣ ହୋଇଥିଲେ ଓ ଛାଡ଼ଦେବାକୁ ଗୁହାରୀ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସେହିପରି କିଛି ପୁଲିସ କର୍ମଚାରୀ ଭୟଭୀତ ହୋଇ ପୁଲିସ ଷ୍ଟେସନରୁ ଦୌଡ଼ି ପଳାଇଥିଲେ। ଏକ ଭିଡିଓରେ ଦେଖାଯାଉଛି ଯେ, ନଇମ୍‌‌ ନାମକ ଜଣେ ସବ୍‌‌ ଇନ୍ସପେକ୍ଟର ପାକିସ୍ତାନୀ ସେନା ଯବାନଙ୍କଠାରୁ ତାଙ୍କ ଜୀବନ ପାଇଁ ଭିକ୍ଷା ମାଗି କହୁଛନ୍ତି, ଆଲ୍ଲାହଙ୍କ ନାଁରେ ମୋତେ ଛାଡ଼ିଦିଅ।

କର୍ଣ୍ଣାଟକର କୋଟିପତି ପ୍ରାର୍ଥୀ

- Advertisement -


ଏହି ଘଟଣାର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌‌ ହେଉଛି। ୱକାସ ନାମକ ଜଣେ ସାମ୍ବାଦିକ ମଧ୍ୟ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଜଣେ ପୁଲିସ କର୍ମୀ ନିଜ ଯନ୍ତ୍ରଣା ବର୍ଣ୍ଣନା କରି ଥାନାର ଅବସ୍ଥା ଦେଖାଇଥିଲେ। ପୁଲିସ କର୍ମୀ ଜଣକ କହିଛନ୍ତି, “ମନ କହୁଛି ବୁଡ଼ି ମରିଯିବା ପାଇଁ। ଆମ ଅବସ୍ଥା ଏପରି ଯେ ଜଣେ ସେନା କର୍ମଚାରୀଙ୍କ ଦୁଇ ଭାଇ ଡକାୟତ ଅଟନ୍ତି। ପୁଲିସ ତାଙ୍କ ବିରୋଧରେ ତଦନ୍ତ କରିବାରୁ ସେନା ଦଳ ଅସ୍ତ୍ରଶସ୍ତ୍ର ଧରି ଆସିଲେ ଏବଂ ଆମ ଅଧିକାରୀମାନଙ୍କୁ ଅପରାଧୀମାନଙ୍କ ସାମ୍ନାକୁ ନେଇ ମାଡ ମାରିଥିଲେ। ଇଏ କେମିତିକା ପାକିସ୍ତାନ? ମୁଖ୍ୟମନ୍ତ୍ରୀ ମହାଶୟା କୁଆଡ଼େ ଗଲେ? ଏବେ ଦେଖିବା ସେ କ’ଣ କରୁଛନ୍ତି।

ଏଠାରେ ସୂଚନାଯୋଗ୍ୟ, ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି। ପୁଲିସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେନାଙ୍କର କିଛି କରିପାରିବେ ଆପଣ?

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories