www.samajalive.in
Saturday, December 6, 2025
15.1 C
Bhubaneswar

କର୍ଣ୍ଣାଟକର କୋଟିପତି ପ୍ରାର୍ଥୀ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନରେ କର୍ଣ୍ଣାଟକରୁ ପ୍ରାର୍ଥୀ ହୋଇଥିବା ରାଜନେତାଙ୍କ ମଧ୍ୟରୁ ଅନେକ ହେଉଛନ୍ତି କୋଟିପତି। ଏହି କୋଟିପତି ରାଜନେତାଙ୍କ ମଧ୍ୟରେ ରହିଛନ୍ତି ଭେଙ୍କଟରମଣ ଗୌଡା। ଗୌଡା କଂଗ୍ରେସ ଟିକଟରେ ମାଣ୍ଡ୍ୟା ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୬୨୨ କୋଟି ଟଙ୍କା। ସେହିପରି କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ କଂଗ୍ରେସ ଟିକଟରେ ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଆସନ ଲାଗି ପ୍ରାର୍ଥୀ ହୋଇଛନ୍ତି। ସୁରେଶଙ୍କ ସମ୍ପତ୍ତି ପରିମାଣ ୫୯୩ କୋଟି ଟଙ୍କା। ଜେଡି(ଏସ୍‌) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ମାଣ୍ଡ୍ୟା ଆସନରୁ ପ୍ରାର୍ଥୀ ହୋଇଛନ୍ତି। କୁମାରସ୍ବାମୀଙ୍କ ସମ୍ପତ୍ତି ପରିମାଣ ୨୧୭ କୋଟି ଟଙ୍କା। ପ୍ରଫେସର ଏମଭି ରାଜୀବ ଗୌଡା ବେଙ୍ଗାଲୁରୁ ନର୍ଥ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ରାଜୀବଙ୍କ ସମ୍ପତ୍ତି ପରିମାଣ ୧୩୪ କୋଟି ଟଙ୍କା। ରକ୍ଷା ରମୈୟା ଚିକ୍କାବାଲାପୁର ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢୁଛନ୍ତି। ରମୈୟାଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କା। ବିଜେପି ଟିକଟରେ ବେଙ୍ଗାଲୁରୁ ଗ୍ରାମାଞ୍ଚଳରୁ ନିର୍ବାଚନ ଲଢୁଥିବା ସିଏନ୍ ମଞ୍ଜୁନାଥଙ୍କ ସମ୍ପତ୍ତି ପରିମାଣ ୯୮ କୋଟି ଟଙ୍କା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories