www.samajalive.in
Sunday, December 7, 2025
14.1 C
Bhubaneswar

ଏପ୍ରିଲ ୨୧ରେ ପାକିସ୍ତାନରେ ଉପନିର୍ବାଚନ

ଇସଲାମାବାଦ: ଜାତୀୟ ଆସେମ୍ବ୍ଲି ଏବଂ ପ୍ରାଦେଶିକ ବିଧାନସଭାରେ ଖାଲିପଡିଥିବା ଆସନ ପାଇଁ ଏପ୍ରିଲ ୨୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଗୁରୁବାର ପାକିସ୍ତାନ ନିର୍ବାଚନ କମିସନ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ମୁତାବକ, ଜାତୀୟ ଆସେମ୍ବ୍ଲିର ୬ଟି ଏବଂ ପ୍ରାଦେଶିକ ବିଧାନସଭାରେ ୧୪ଟି ଆସନ ଖାଲି ପଡିଛି। ମାର୍ଚ୍ଚ ୧୬ରୁ ୧୮ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟସୀମା ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ। ପିପିପି ନେତା ଆସିଫ ଅଲ୍ଲୀ ଜର୍ଦାରୀ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ଖାଲି ପଡିଥିବା ଜାତୀୟ ଆସେମ୍ବ୍ଲି ଆସନରୁ ତାଙ୍କ କନ୍ୟା ଆସିଫା ଭୁଟ୍ଟୋ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡିଛି।

ଅପରପକ୍ଷରେ ପାକିସ୍ତାନ ପାର୍ଲାମେଣ୍ଟର ଉଚ୍ଚ ସଦନ ସିନେଟରେ ଖାଲିପଡିଥିବା ୬ଟି ଆସନ ପାଇଁ ଉପନିର୍ବାଚନ ଜରିଆରେ ଗୁରୁବାର ଭୋଟଗ୍ରହଣ କରାଯାଇଛି। ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ପିଏମଏଲ-ଏନ୍‌ ନେତା ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories