www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଛାନିଆ; ଲୋଡ଼ିଲା ଜାତିସଂଘର ହସ୍ତକ୍ଷେପ

ଇସଲାମାବାଦ: ପୁଲୱାମା ଆକ୍ରମଣ ଘଟଣା ପରେ ଭାରତ ପକ୍ଷରୁ ଚାରିଆଡୁ ପାକିସ୍ତାନ ଉପ​ରେ ଚାପ ପକାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୁଟନୈତିକ ସ୍ତରରେ ଉଦ୍ୟମ ଆରମ୍ଭ କରିଛି। ଭାରତ ପାକସ୍ତାନଠାରୁ ମୋଷ୍ଟ ଫେଭରଡ ନେଶନ(ଏମଏଫଏନ) ମାନ୍ୟତା ପ୍ରତ୍ୟାହାର କରିନେବା ସହ ଭାରତୀୟ ବଜାରରେ ପାକିସ୍ତାନୀ ସାମଗ୍ରୀ ଉପରେ ୨୦୦% କର ବସାଇଛି। ଏଥିସହ ସାମରିକ ପଦକ୍ଷେପ ମଧ୍ୟ ଆରମ୍ଭ କରିଛି। ଭାରତର ଏସବୁ କାର୍ଯ୍ୟାନୁଷ୍ଠାନରେ ପଡ଼ୋଶୀ ରାଷ୍ଟ୍ର ଛାନିଆ ହୋଇପଡ଼ିଛି। ଭାରତକୁ ଏଥିରୁ ନିବୃତ୍ତ କରାଇବାକୁ ପାକିସ୍ତାନ ମିଳିତ ଜାତିସଂଘର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛି। ଏ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶୀ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସପୁଲୱାମାରେ ଆତଙ୍କବାଦୀ ବିସ୍ଫୋରଣ ଘଟଣାରେ ଭାରତୀୟ ସେନାର ୪୧ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ପରେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ କୁରେଶୀ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମାଇବାକୁ ଜାତିସଂଘକୁ ପତ୍ର ଲେଖିଛନ୍ତି।

- Advertisement -

କୁରୋଶୀ ଲେଖିଛନ୍ତି, ଭାରତ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ସେନା ଜରିଆରେ ଆକ୍ରମଣ କରିବାକୁ ଧମକ ଦେଉଥିବାରୁ ଆମ ସୁରକ୍ଷା ବ୍ୟବସ୍ଥାର ଅଧପତନ ଘଟିଛି। ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଛଳନାପୂର୍ଣ୍ଣ ଭାବେ କରାଯାଇଛି ଏବଂ ଏହା ଜଣେ କଶ୍ମୀର ନାଗରିକଙ୍କ ଦ୍ବାରା କରାଯାଇଛି। ଘଟଣାର ତଦନ୍ତ ନ କରି ପାକିସ୍ତାନ ଉପରେ ବିଭିନ୍ନ ଦିଗରୁ ଆକ୍ରମଣ କରାଯିବା ଅଯୌକ୍ତିକର। ଭାରତ ନିଜର ଘରୋଇ ରାଜନୈତିକ ଫାଇଦା ନେବା ଲାଗି ପାକିସ୍ତାନ ଉପରେ ବାରମ୍ବାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଭାରତ ପୁଲୱାମା ଆକ୍ରମଣ ଘଟଣାରେ ନିରପେକ୍ଷ ତଦନ୍ତ କରିବା ଉଚିତ। ଜାତିସଂଘ ପକ୍ଷରୁ ଏ ନେଇ ଭାରତକୁ ପରାମର୍ଶ ଦିଆଯାଉ ବୋଲି ସେ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories