www.samajalive.in
Saturday, December 6, 2025
23.1 C
Bhubaneswar

ସବୁବେଳେ ବୋତଲରୁ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧରଣତଃ ଆମ ମଧ୍ୟରୁ ଅନେକ ସିଧାସଳଖ ବୋତଲରୁ ପାଣି ପିଇବାର ଅଭ୍ୟସ୍ତ। ବାହାରକୁ ଗଲାବେଳେ ମଧ୍ୟ ସାଥିରେ ପାଣି ନେବା ପାଇଁ ଆମେ ପ୍ଲାଷ୍ଟିକ୍ ବୋତଲର ବ୍ୟବହାର କରିଥାଉ। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଅବଗତ ଯେ, ସିଧାସଳଖ ବୋତଲରୁ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷ କରି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଖୁବ୍ କ୍ଷତିକାରକ। ନିୟମିତ ଭାବେ ସିଧାସଳଖ ବୋତଲରୁ ପାଣି ପିଇବା ଦ୍ବାରା ବିଭିନ୍ନ ରୋଗ ହେବାସହ ମସ୍ତିଷ୍କ ମଧ୍ୟ ଦୁର୍ବଳ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ବୋତଲରେ ପାଣି ପିଇବା ଦ୍ୱାରା ଆମର କି କ୍ଷତି ହୋଇଥାଏ –

୧. ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ରହିଛି। ଗରମ କିମ୍ବା ଖରାରେ ପ୍ଲାଷ୍ଟିକ ବୋତଲ ଗରମ ହେବା ଦ୍ବାରା ବୋତଲରେ ଥିବା କେମିକାଲ୍ ଡାଇଅକ୍ସିନ ତରଳିବା ଆରମ୍ଭ ହୋଇଥାଏ। ଏହି ଡାଇଅକ୍ସିନ ତରଳି ପାଣିରେ ମିଶି ଶରୀର ମଧ୍ୟକୁ ଯାଇଥାଏ। ଡାଇଅକ୍ସିନ ମଣିଷ ଶରୀରରେ ଥିବା କୋଷ ଗୁଡିକୁ ନଷ୍ଟ କରି ଦେଇଥାଏ।

- Advertisement -

୨. ବୋତଲ ତିଆରିରେ ବ୍ୟବହାର କରାଯାଉଥିବା ବିସଫେନୋଲ-ଏ ଯୋଗୁଁ ମସ୍ତିଷ୍କର କାର୍ଯ୍ୟକଳାପ ପ୍ରଭାବିତ ହୋଇଥାଏ। ଯାହାଫଳରେ ମଣିଷର ଚିନ୍ତା ଶକ୍ତି ଏବଂ ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ। ଏଥିସହିତ ଏହି ବିସଫେନୋଲ-ଏ ର କୁପ୍ରଭାବ ପେଟ ଉପରେ ମଧ୍ୟ ପଡ଼ିଥାଏ। ବିପିଏ ନାମକ ରାସାୟନିକ ପଦାର୍ଥ ପେଟକୁ ଗଲେ ପାଚନକ୍ରିୟା ପ୍ରଭାବିତ ହୋଇଥାଏ। ଯାହାଫଳରେ ଆମେ ଖାଇଥିବା ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ ଓ ଗ୍ୟାସ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ।

୩. ଗର୍ଭବତୀ ମହିଳା ମାନେ ସବୁବେଳେ ବୋତଲରେ ପାଣି ପିଇଲେ ଗର୍ଭପାତର ସମ୍ଭାବନା ମଧ୍ୟ ବଢିଥାଏ। ବୋତଲରେ ପାଣି ପିଇଲେ ଗର୍ଭରେ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାଫଳରେ ଶିଶୁକୁ ବିଭିନ୍ନ ମାରାତ୍ମକ ରୋଗ ହେବାର ମଧ୍ୟ ସମ୍ଭାବନା ଥାଏ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories