ପାକ୍‍ ନିର୍ବାଚନୀ ହିଂସାରେ ୨୯ ମୃତ

0

ଇସଲାମାବାଦ୍‍: ପାକିସ୍ତାନର ଉଭୟ ଜାତୀୟ ଓ ଆଞ୍ଚଳିକ ପରିଷଦ ପାଇଁ ଆଜି ଭୋଟଦାନ ଅନୁଷ୍ଠିତ ହେଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ଭୋଟଦାନ ବେଳେ ହିଂସା ସଂଘଟିତ ହୋଇଥିବା ଜଣାପଡ଼ିଛି। କ୍ୱେଟାର ଏକ ଭୋଟଦାନ କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‍ ନିଜକୁ ଦାୟୀ କରିଛି।
ନିର୍ବାଚନରେ ଏକାଧିକ ଦଳ ଭାଗ ନେଇଥିବା ବେଳେ ପୂର୍ବତନ କ୍ରିକେଟ୍‍ ତାରକା ଇମ୍ରାନ୍‍ ଖାନ୍‍ଙ୍କ ନେତୃତ୍ୱାଧୀନ ତେହେରିକ୍‍ ଇ ଇନ୍‍ସାଫ୍‍ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍ଙ୍କ ପାକିସ୍ତାନ ମୁସ୍‍ଲିମ ଲିଗ୍‍ ନୱାଜ୍‍ ପାର୍ଟି ମଧ୍ୟରେ ମୁଖ୍ୟତଃ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା କୁହାଯାଉଛି।

Leave A Reply