www.samajalive.in
Saturday, December 13, 2025
21.1 C
Bhubaneswar

ଧାର୍ମିକ ସ୍ବତନ୍ତ୍ରତା ରିପୋର୍ଟ ପ୍ରକାଶିତ : ପାକିସ୍ତାନ କଳା ତାଲିକାଭୁକ୍ତ

ୱାଶିଂଟନ ଡିସି : ଧାର୍ମିକ ସ୍ବତନ୍ତ୍ରତା ପ୍ରସଙ୍ଗରେ ଆମେରିକା ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ଯେଉଁ ସବୁ ଦେଶ ଧାର୍ମିକ ଆଧାରରେ ଭେଦଭାବ କରିଥାନ୍ତି ଆମେରିକା ସରକାର ସେସବୁ ଦେଶକୁ କଳା ତାଲିକାଭୁକ୍ତ କରିଥା’ନ୍ତି। ପାକିସ୍ତାନ କ୍ରମାଗତ ୨ ଥର ଏହି ତାଲିକାରେ ସ୍ଥାନ ପାଇଛି। ଏହାକୁ ନିନ୍ଦା କରି ପାକିସ୍ତାନ ବୈଦେଶିକ ବିଭାଗ ପ୍ରବକ୍ତା ଆୟଶା ଫାରୁକି କହିଛନ୍ତି ଯେ, ଭାରତକୁ ଏହି ତାଲିକାରେ ସାମିଲ କରିବା ପରିବର୍ତ୍ତେ ତ୍ରୁଟିପୂର୍ଣ୍ଣ ଭାବେ ପାକିସ୍ତାନକୁ ଏଥିରେ ସାମିଲ କରାଯାଇଛି।
ଫାରୁକି ଏହି ପଦକ୍ଷେପକୁ ସମାଲୋଚନା କରିବା ସହ ଭାରତ ଚାପ ଆଗରେ ଆମେରିକା ମୁଣ୍ଡ ନୁଆଁଇଥିବା କହିଛନ୍ତି। ଭାରତ ସରକାର ଏନଆରସି ଓ ସିଏଏ ଲାଗୁ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏପରି କ୍ଷେତ୍ରରେ ଭାରତକୁ କଳା ତାଲିକାଭୁକ୍ତ କରାଯିବା କଥା। ତେବେ ପାକିସ୍ତାନ ବିରୋଧରେ ଆମେରିକାର ଏହି ପଦକ୍ଷେପ ଦେଶବାସୀଙ୍କୁ ନିରାଶ କରିଛି ବୋଲି ଫାରୁକି କହିଛନ୍ତି। ତାଲିକା ପ୍ରସ୍ତୁତିରେ ଭେଦଭାବ କରାଯାଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସେ କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ୯ଟି ଦେଶକୁ ଧାର୍ମିକ ସ୍ବତନ୍ତ୍ରତା ପ୍ରସଙ୍ଗରେ କଳାତାଲିକାଭୁକ୍ତ କରିଛି। ସୁଦାନକୁ ଏଥର ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଏହି ତାଲିକାରେ ଥିବା ଦେଶଗୁଡ଼ିକର ନାମ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ହେଲେ-ମ୍ୟାଁଆମାର, ଚୀନ୍‌, ଇରିଟ୍ରିଆ, ଇରାନ, ଉତ୍ତର କୋରିଆ, ପାକିସ୍ତାନ, ସାଉଦି ଆରବ, ତାଜାକିସ୍ତାନ ଓ ତୁର୍କିମେନିସ୍ତାନ। ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆଇନ-୧୯୯୮ ଅନୁଯାୟୀ ଏହି ଦେଶଗୁଡ଼ିକୁ କଳାତାଲିକାଭୁକ୍ତ କରାଯାଇଛି। ୨୦୧୫ ମସିହାରେ ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ ଭାରତକୁ ସମାଲୋଚନା କରିଥିଲା। ବିଭିନ୍ନ ଦେଶର ଅଳ୍ପ ସଂଖ୍ୟକଙ୍କ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କ ମାନବିକ ଅଧିକାରର ଉଲ୍ଲଙ୍ଘନକୁ ଦୃଷ୍ଟିରେ ରଖି ଏହି ଆୟୋଗ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଥାଏ। ଏହି ତାଲିକାରେ ସ୍ଥାନ ପାଇଥିବା ଦେଶଗୁଡ଼ିକୁ ଆମେରିକା ଆର୍ଥିକ ସହାୟତା ବନ୍ଦ ଅଥବା ହ୍ରାସ କରିଥାଏ। ଏହା ବ୍ୟତୀତ ତାଲିକାରେ ସ୍ଥାନ ପାଇଥିବା ଦେଶଗୁଡ଼ିକୁ ନଯିବା ପାଇଁ ଆମେରିକା ନିଜ ଦେଶର ନାଗରିକଙ୍କୁ ସତର୍କ କରାଇଥାଏ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories