ଆତଙ୍କବାଦୀ ଗୋଷ୍ଠୀଙ୍କୁ ଧକ୍କା: ପାକ ସରକାର ଜବତ କରିବେ ସମ୍ପତ୍ତି

0

ଇସଲାମାବାଦ/ପାକିସ୍ତାନ: ଜାତିସଙ୍ଘ ଦ୍ୱାରା ଅନୁମୋଦିତ ଏବଂ ପାକିସ୍ତାନ ଘରୋଇ ଆତଙ୍କବାଦ ବିରୋଧୀ ଆଇନ ଅନ୍ତର୍ଗତ ତାଲିକାଭୁକ୍ତ ସଶସ୍ତ୍ର ଗୋଷ୍ଠୀଗୁଡିକର ସମ୍ପତ୍ତି ଓ ଅସ୍ତ୍ରଶସ୍ତ୍ର ଜବତ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ଏକ ନିୟମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରୀ କରାଯାଇଥିବା ସୂଚନାରେ କୁହାଯାଇଛି, ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ଗୋଷ୍ଠୀ ପ୍ରତି ସମ୍ପତ୍ତି ଓ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ଜାତିସଙ୍ଘ ସୁରକ୍ଷା ପରିଷଦ ନିର୍ଦ୍ଦେଶ ୨୦୧୯ ଲାଗୁ କରିବା ଏହାର ଉଦ୍ଦେଶ୍ୟ। ଗତ ଫେବୃଆରୀରେ ଭାରତୀୟ ସୁରକ୍ଷା ବଳ ଉପରେ ପାକିସ୍ତାନର ଅତର୍କିତ ଆତ୍ମଘାତୀ ବିସ୍ଫୋରଣ ପରେ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ ଯେ, ପାକିସ୍ତାନରେ ରହି ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ କରୁଥିବା ଆତଙ୍କୀ ଗୋଷ୍ଠୀ ଜୈଶେ-ଏ-ମହମ୍ମଦକୁ ପାକିସ୍ତାନ ‘ଆତଙ୍କବାଦୀ ସଂଗଠନ’ ଘୋଷଣା ସହ ୨୦୦୨ରେ ପ୍ରତିବନ୍ଧିତ କରିଥିଲେ ମଧ୍ୟ ଆଫଗାନ ତାଲିବାନର ସହଯୋଗ ପାଉଥିବା ଜଣାପଡିଛି।

Leave A Reply