www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତଠାରୁ ହାରିବା ପରେ ପାକିସ୍ତାନ ଟିମ୍‌କୁ ଏପରି କହୁଛନ୍ତି ପାକ୍‌ ଗଣମାଧ୍ୟମ

କରାଚୀ . – ଭାରତଠାରୁ ବିଶାଳ ରନ୍‌ ବ୍ୟବଧାନରେ ହାରିବା ପରେ ପାକିସ୍ତାନ କ୍ରିକେଟ ଟିମ୍‌ଙ୍କୁ ତାଙ୍କ ଦେଶରେ ସବୁଆଡୁ ସମାଲୋଚନା କରାଯାଉଛି । ଏବେ ପାକିସ୍ତାନ ଟିମ୍‌ କାହିଁକି ହାରିଲା ସେ ବିଷୟରେ ସେଠାରେ ସମସ୍ତେ ତର୍ଜମା କରୁଛନ୍ତି । ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ ନ ନେଇ ବଡ୍‌ ଭୁଲ୍‌ କଲା ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟିୟର ସୋଏବ ଅଖତର୍‌ କହିଛନ୍ତି ।

ପାକିସ୍ତାନର କ୍ୟାପଟେନ୍‌ ସରଫରାଜ୍‌ ଆଉଟ ହେବା ପରେ ତାଙ୍କ ଜଳର ଖେଳାଳୀ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବାର ଆରୋପ ଲାଗୁଥିବା କଥା ପାକିସ୍ତାନର ସମା ଟିଭିରେ ଖବର ପ୍ରକାଶିତ ହୋଇଛି ।

- Advertisement -

ପାକ୍‌ କିଛି ଟିଭି ଚ୍ୟାନେଲ ଓ ଗଣମାଧ୍ୟମରେ ପାକିସ୍ତାନ ଟିମ୍‌ ମ୍ୟାଚର ପୂର୍ବରାତିରେ ଏକ ହୁକାବାରରେ ଥିଲେ ବୋଲି ଖବର ପ୍ରକାଶିତ କରିଛନ୍ତି । ପାକିସ୍ତାନ ଟିଭି ପକ୍ଷରୁ ପ୍ରସାରିତ ଖବରରେ ପାକ ଅଧିନାୟକ ସରଫରାଜ୍‌ କିଛି ଖେଳାଳୀଙ୍କ ଉପରେ ବିରକ୍ତ ହେବା କଥା ଦର୍ଶାଯାଇଛି । ପାକିସ୍ତାନର ପୂର୍ବତନ ଅଧିନାୟକ ମୋଇନ୍‌ ଖାନ୍‌ ପାକିସ୍ତାନ କ୍ରିକେଟ ବୋର୍ଡର ସମାଲୋଚନା କରିଛନ୍ତି ।
କେବଳ ସେତିକି ନୁହେଁ ଅନେକ ଖବରରେ ପାକିସ୍ତାନ ଖରାପ ଟିମ୍‌କୁ ବିଶ୍ୱ କପ୍‌ ଖେଳିବା ପାଇଁ ପଠାଇଛି । କ୍ରିକେଟରେ ଏବେ ଅନେକ ଦୁର୍ନିତୀ ହେଉଛି ଏପରି ଖବର ପ୍ରକାଶ ପାଇଛି । ଭାରତଠାରୁ ବଡ ବ୍ୟବଧାନରେ ହାରିବା ପରେ ପାକ୍‌ କ୍ରିକେଟ ପ୍ରଶଂସକ ନିରାଶା ଭାବ ଦେଖାଇଛନ୍ତି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories