www.samajalive.in
Saturday, December 6, 2025
16.1 C
Bhubaneswar

ଆଇସିସି ଟି୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ଦଳ ଭାରତ ଆସିବେ: ଖେଳାଳିଙ୍କୁ ଭିସା ଦେବ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଖେଳାଯିବ ଆଇସିସି ବିଶ୍ୱକପ ଟି୨୦ କ୍ରିକେଟ। ସେଥିରେ ଅଂଶଗ୍ରହଣ କରିବାନେଇ ପାକିସ୍ତାନ ଆଉ ସମସ୍ୟାର ସମ୍ମୁଖୀନ ହେବନାହିଁ। ଏଥିପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଭିସା ପ୍ରଦାନ କରାଯିବ। ଭିସା ମିଳିବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ଭାରତ ଆସିପାରିବେ। ଭାରତ ସରକାର ସେମାନଙ୍କୁ ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ବିଷୟ ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପାକିସ୍ତାନ କ୍ରିକେଟ ଦଳକୁ ଭିସା ପ୍ରଦାନ ପ୍ରସଙ୍ଗର ସମାଧାନ ହୋଇସାରିଛି। ତେବେ ସେ ଦେଶର କ୍ରିକେଟ ପ୍ରଶଂସକମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳିବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଠିକଣା ସମୟରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ବିସିସିଆଇ ପକ୍ଷରୁ ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ନିଆଯିବା ନେଇ ଆଇସିସିକୁ ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ ଯେ ରାଜନୈତିକ ଉତ୍ତେଜନା କାରଣରୁ ଭାରତ ଓ ପାକିସ୍ତାନ ଦୀର୍ଘବର୍ଷ ହେଲା ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳିନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଇସିସି ଟି୨୦ ବିଶ୍ୱକପ ଦେଶର ଦିଲ୍ଲୀ, ମୁମ୍ବଇ, ଚେନ୍ନଇ, କୋଲକାତା, ବେଙ୍ଗାଲୁରୁ, ହାଇଦରାବାଦ ଏବଂ ଧର୍ମଶାଳା ଆଦି ସ୍ଥାନରେ ଖେଳାଯିବ। ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟରେ ଅନୁଷ୍ଠିତ ହେବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories